ନିଶା କାରବାରର ପେଣ୍ଠସ୍ଥଳ ପାଲଟିଛି ଗାଇସିଲେଟ ।

(AKN NEWS):ବରଗଡ ଗାଇସିଲେଟ ଅଞ୍ଚଳରେ କୁ ଦିନ ବଢି ଚାଲିଥିବା ବେଆଇନ୍ ନିଶା କାରବାର, ଦୋକାନ, ଘର, ଚାଷୀଙ୍କ ପାଣି ମୋଟର ଚୋରି, ରାସ୍ତାରେ ଲୁଟ୍ପାଟ୍ ବଢିବାରେ ଲାଗିଛି । ଗାଇସିଲେଟ୍ର ସର୍ବପୁରାତନ ସାମାଜିକ ଅନୁଷ୍ଠାନ ୟୁଥ୍ କ୍ଲବର ନେତୃତ୍ବରେରେ ଗ୍ରାମ୍ୟ ଉନ୍ନୟନ କମିଟି, ନାଗରିକ କମିଟି, ୟୁଥ୍ କ୍ଲବର ସଦସ୍ୟ ବୃନ୍ଦ ତଥା ବଣିକ ସଂଘକୁ ନେଇ ଏକ ପ୍ରତିନିଧ୍ ମଣ୍ଡଳୀ ଥାନାରେ ଅଭିଯୋଗ କରି ଏହାର ସମାଧାନ ପାଇଁ ଗାଇସିଲେଟ ଥାନା ଅଧୂକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଏହି ପ୍ରତିନିଧୂ ମଣ୍ଡଳୀରେ ୟୁଥ୍ କ୍ଲବ ଗାଇସିଲେଟର ସଭାପତି ରଞ୍ଜନ କୁମାର ପଣ୍ଡା, ଗାଇସିଲେଟ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ତଥା ସରପଞ୍ଚ ସରତ କାଲୋ, ନାଗରିକ କମିଟି ସଭାପତି ଡଃ ସୁନୀଲ କୁମାର ପଣ୍ଡା, ବଣିକ ସଂଘ ସଭାପତି କ୍ଷୀରେସ୍ବର ସେଠ, ଗ୍ରାମ୍ୟ କମିଟି ସମ୍ପାଦକ ଜନକ କଲେତ, ସରୋଜ ପୁରୋହିତ, ସଂଜୟ ପୁରୋହିତ, ମନୋହର ପାଣିଗ୍ରାହୀ, ସନ୍ତୋଷ କଲେତ, ପୁରୁଷୋତ୍ତମ ସାହୁଙ୍କ ସହ ସମସ୍ତ କମିଟିର ସଦସ୍ୟ ଉପସ୍ଥିତ ଥିଲେ।
ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS


