କୃଷ୍ଣ ପ୍ରସାଦ ବ୍ଲକ ର ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ ସ୍ଵାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲ(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରେ 79 ତମ ସ୍ବାଧିନତା ଦିବସ ର ପତାକା ଉତ୍ତୋଳନ ମୁଖ୍ୟ ଅତିଥି ଡକ୍ଟର ଅମିୟ କୁମାର ପ୍ରଧାନ,ବିଶିଷ୍ଟ ଅତିଥି ଉପଦେଷ୍ଟା ପ୍ରାକ୍ତନ ଅଧକ୍ଷ ଶ୍ରୀ ନୀଳକଣ୍ଠ ତ୍ରିପାଠୀ, ପ୍ରତିଷ୍ଠାତା ଲଖଣ ପ୍ରଧାନ ,ସଭାନେତ୍ରୀ ଶ୍ରୀମତୀ ବବିତା ସିଂହ ଉପ ସଭାପତି ବିଜୟ କୁମାର ସ୍ବାଇଁ ସମ୍ପାଦକ ଖୁକୁନୁ ଦଣ୍ଡସେଣା କୋଷାଧ୍ୟକ୍ଷ ଅଶୋକ ପ୍ରଧାନ ଅତିଥି ପ୍ରଦୀପ ବେହେରା ଶୁନତି ବେହେରା ଗୀତାଞ୍ଜଳି ବେହାରା ଙ୍କ ଗହଣରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରାଜ କିଶୋର ଦାସ ଉତ୍ସବ ପରିଚାଳନା କରିଥିଲେ।
ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁଜୀ ପ୍ରତାପ ସେଠୀ,ଗିରୁମା ସୁକାନ୍ତି,ଅଞ୍ଜଳି,ବିଷ୍ଣୁ ପ୍ରିୟା ସଂଘମିତ୍ରା, ବିଜୁଳି ସୁଜାତା ,ଗାର୍ଗୀ ଗୁରୂମାଙ୍କ ଗହଣରେ ଶିଶୁ ରାଧା ଓ କୃଷ୍ଣ ଙ୍କ ପ୍ରତିଭାକୁ ପ୍ରଫେସର ନୀଳକଣ୍ଠ ତ୍ରିପାଠୀ ସମ୍ମାନ କରିଥିଲେ ।
ମାଲୁଦ ରେ ନିଖିଳ ଉତ୍କଳ ପାଇକ ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପ୍ରାକ୍ତନ ଶିକ୍ଷକ କେଦାର ନାଥ ଦାସ ଙ୍କ ପୌରହିତ୍ୟରେ ବେଶ ଆଡମ୍ବର ସହକାରେ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ସଭାପତି ରବୀନ୍ଦ୍ର ନାଥ ଦାସ ପତାକା ଉତ୍ତଳନ କରିଥିବା ବେଳେ ନିଖିଳ ଉତ୍କଳ ପାଇକ ସଂଘ ର ଅନ୍ୟ କର୍ମ କର୍ତ୍ତା ଙ୍କ ମଧ୍ୟରେ ବରିଷ୍ଟ ସଦସ୍ୟ ବ୍ରଜ କିଶୋର ଗୌଡ, ଶରତ ଚନ୍ଦ୍ର ଵାରିକୀ,ନିର୍ମଳ ରଣସିଂହ ସମେତ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଏଥି ସହିତ କୃଷ୍ଣ ପ୍ରସାଦ ଗଡ ଇପିଙ୍ଗ ସାହିରେ ମା କାଳୀପୂଜା କମିଟି ଓ ମା ଦୁର୍ଗା ଦେବୀ ପ୍ରଗତି ସଂସଦ ଆନୁକୁଲ୍ୟରେ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି ଉକ୍ତ ଉତ୍ସବ କୁ ଅବସର ସେନା ଅଧିକାରୀ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ବାରିକ ପରିଚାଳନା କରିଥିବା ବେଳେ ପାଞ୍ଚ ମୌଜା କମିଟି ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିଥିଲେ ଏବଂ କମିଟିର ସଭାପତି ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


