ଓଡିଶା ଖବର

ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବି ନେଇ ଜୟପାଟଣା ରେ ବନ୍ଦ୍ ଡାକରା ।

(AKN NEWS):ଆଜିକଳାହାଣ୍ଡି ଜିଲ୍ଲା ଜୟ ପାଟଣା ବ୍ଲକ ଅଞ୍ଚଳର ବିକାଶ ତଥା ପାନୀୟ ଜଳ,ଆଦିବାସୀ ଛାତ୍ର ଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ତଥା ଜୟପାଟଣା ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଆଜି ଜୟପାଟଣା ରେ ବନ୍ଦ ଡାକରା ପାଳନ କରିଥିଲେ ।ଜୟପାଟଣା ବ୍ଲକ ଅନ୍ତର୍ଗତ ବିଜୁ ଜନତା ଦଳ ପକ୍ଷରୁ ଆଜି ଜୟପାଟଣା ବନ୍ଦ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜୁ ଜନତା ଦଳର ନେତା, କର୍ମୀ ଓ ସମର୍ଥକମାନେ ଯୋଗଦେଇଥିଲେ। ଏଥିରେ କଳାହାଣ୍ଡିର ବିକାଶ, ଗରିବ ମାନଙ୍କ ପାଇଁ ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା।ଜୟପାଟଣା ବିଜୁ ଜନତା ଦଳର ନେତାମାନେ ଏହି କାର୍ଯ୍ୟକ୍ରମରେ ଦଳର ନୀତି, ଯୋଜନା ଓ ସମାଜର ସର୍ବାଙ୍ଗୀନ ଉନ୍ନତି ବିଷୟରେ କଥାହେବା ସହ, ଆଗାମୀ ଦିନରେ ସବୁଙ୍କୁ ଏକତାବଦ୍ଧ ହେବାର ଆହ୍ୱାନ କରିଥିଲେ।ଗାଁଗୁଡ଼ିକରୁ ଆସିଥିବା ଲୋକମାନେ ବି ବଡ଼ ସଂଖ୍ୟାରେ ଯୋଗଦେଇ, କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ମୁଖ୍ୟ ବର୍ତ୍ତା: ବିଜୁ ଜନତା ଦଳର ଆଦର୍ଶ ଓ , ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧିରେ ସହାୟକ ହେଉଛି।

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!