*ଟେଣ୍ଟ ମାଲିକ ସଂଘ ତରଫରୁ ସ୍ବର୍ଗତ ସୁରେଶ ଚନ୍ଦ୍ର ସାହୁଙ୍କ ଶୋକସଭା ଆୟୋଜିତ।*

କର୍ଲlମୁଣ୍ଡl(AKN NEWS):ମାଁ ମାଣୀକେଶ୍ୱରୀ ଟେଣ୍ଟ, ଲାଇଟ, ସାଉଣ୍ଡ, ଇଭେଣ୍ଟ ଓନର୍ସ ୱଲଫେୟର ଆସୋସିଏସନ କଳାହାଣ୍ଡି ତରଫରୁ କର୍ଲlମୁଣ୍ଡା ବ୍ଲକ ସ୍ଥିତ ବାଗବୁରାଇ ଗ୍ରାମରେ ମା ଦୁର୍ଗା ଟେଣ୍ଟ ହାଉସ ମାଲିକ ସ୍ବର୍ଗତ ସୁରେଶ ଚନ୍ଦ୍ର ସାହୁଙ୍କ ଶୋକ ଶୋଭା ଆୟୋଜିତ ହୋଇଯାଇଛି।
ଏଥିରେ ଆସୋସିଏସନର ସଭାପତି ରାମଦାସ ମେହେର, ସମ୍ପାଦକ ଅଭିଷେକ ପଟ୍ଟନାୟକ, ପ୍ରକାଶ ଅଗ୍ରୱାଲ ଉପସଭାପତି ପ୍ରଦୀପ ମହାନନ୍ଦ, ଜିତେନ୍ଦ୍ର କୁମାର ନେଗୀ, ଅନାଦି ପଧାନ,କୋଷାଧ୍ୟକ୍ଷ ମାନସ ମହାନ୍ତି ଉପ କୋଷାଧ୍ୟକ୍ଷ ମଦନ ଜୈନ, ସହ ସମ୍ପାଦକ ପି. ଜଗନ୍ ମୋହନ ରାଓ, ନେପାଳ ବିଶ୍ୱାଳ ଓ କର୍ଲlମୁଣ୍ଡା ବ୍ଲକ ସଭାପତି ଅଜୟ ରଣା, କେସିଙ୍ଗା ସଭାପତି ବୁଲୁ ମିଶ୍ର, ମ. ରାମପୁର ସଭାପତି ସନ୍ତୋଷ କୁମାର ସାହୁ, ଜୟପାଟଣା ସଭାପତି ସଂଜୀବ ଅଗ୍ରୱାଲ, ଜୁନାଗଡ଼ ସଭାପତି ପଞ୍ଚାନନ ମେହେର, ଓ କଲମପୁର ସଭାପତି ମନୋଜ ମିଶ୍ର ସମତେ ଅନେକ ସଦସ୍ୟ ଉପସ୍ଥିତ ଥିଲେ।
ଆସୋସିଏସନ ତରଫରୁ ସ୍ବର୍ଗତ ସାହୁଙ୍କ ପରିବାରବର୍ଗଙ୍କୁ ୪୫୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସ୍ବର୍ଗତ ସୁରେଶ ଚନ୍ଦ୍ର ସାହୁଙ୍କ ବଡ଼ ପୁଅ କୁରୁକ୍ଷେତ୍ର ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


