ଓଡିଶା ଖବର

ଜଗନ୍ନାଥ ସେବା ସମିତି ପକ୍ଷରୁ ଉପାନ୍ତ ଅଞ୍ଚଳର ଅସହାୟ ମହିଲା ମାନଙ୍କୁ ନୂତନ ବସ୍ତ୍ର ବଣ୍ଟନ

(AKN NEWS):ଆଗକୁ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁ ଖାଇ ପାଖେଇ ଆସୁଥିବା ବେଳେ ଲୋକଙ୍କ ମନରେ ଆନନ୍ଦ ଓ ଉଲ୍ଲାସର ଉଦ୍ଧିପନା ଦେଖିବାକୁ ମିଲୁଛି । ଏଭଲି ଏକ ମହାନ ଗଣପର୍ବ ନୂଆଖାଇ କୁ ଦୃଷ୍ଟିରେ ରଖି ଅସହାୟ ଙ୍କ ମୁହଁ ରେ ହସ ଫୁଟେଇ ବା ପାଇଁ ଅଣ୍ଟା ଭିଡିଛି ଧର୍ମଗଡ଼ ଜଗନ୍ନାଥ ସେବା ସମିତି । ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ଉଦ୍ୟମରେ ଆଜକୁ ଏକ ସପ୍ତାହ ହେବ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକର ଅନେକ ଉପାନ୍ତ ଅଞ୍ଚଳ ଗାଁ କୁ ଗାଁ ଯାଇ ଅସହାୟ ନିରିହ ମହିଳା ମାନଙ୍କୁ ନୂତନ ବସ୍ତ୍ର ତଥା ସାଢୀ,ଆଦି ପ୍ରଦାନ କରା ଯାଉଥିବା ଦେଖିବାକୁ ମିଳୁଛି । ଠିକ ସେହିପରି ଶୁକ୍ରବାର କୋକସରା ବ୍ଲକର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳଯାହାକି ବିରି ମୁହାଣ, ଆନ୍ଦିଝରନ,ଟିର୍ଲିଆମ, ନୂଆଁ ଗାଁ, ପିଣାପଦର,ଝୁଲେନ ବର ଭଲି ବଣ ପାହାଡ ଘେରା ଗାଁ ମାନଙ୍କରେ ଅସହାୟ ନିରିହ ମହିଳା ମାନଙ୍କୁ ଜଗନ୍ନାଥ ସେବା ସମିତିର ଉଦ୍ୟମରେ ବିଜେପିର କାର୍ଯ୍ୟ କର୍ତ୍ତା ସାମିଲ ହୋଇ ନୂତନ ବସ୍ତ୍ର ବଣ୍ଟନ ରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ବରିଷ୍ଟ କାର୍ଯ୍ୟ କର୍ତ୍ତା, ସନ୍ତୋଷ ମାଝୀ,ଚକ୍ରଧର ବେଶ୍ରା, ପୁର୍ବତନ ଆମପାଣି ମଣ୍ଡଳ ବିଜେପି ସଭାପତି ଅର୍ଜୁନ ଭାଟି, ଅରକ୍ଷିତ ଭଞ,ପାରେଶ୍ଵର, ଭୁବନେଶ୍ଵର, ବୈଷ୍ଣବ, ପ୍ରମୁଖ ସାମିଲ ସୋଇଥିଲେ । ବିଧାୟକ ପ୍ରତିନିଧି ଗାଁ ମାନଙ୍କରେ ବୁଲି ଗାଁ ଲୋକମାନଙ୍କ ସହ ବସି ଆଲୋଚନା କରିଥିଲେ । ଗାଁ ଲୋକେ ଦିର୍ଘ ଦିନରୁ ରହି ଆସୁଥିବା ବିଭିନ୍ନ ସମସ୍ୟା ଯଥା ରାସ୍ତାଘାଟ,ପୋଖରୀ, ଅତିରିକ୍ତ ସ୍କୁଲ ଶ୍ରେଣୀ ଗୃହ, ପାଚେରି , ଶିକ୍ଷକ ଅଭାବ, କଲଭଟ ଭଲି ଅନେକ ସମସ୍ୟା କୁ ଜଣାଇଥିଲେ । ଆଗକୁ କଭଲି ଭାବରେ ତାର ସମାଧାନ ହୋଇ ପାରିବ ସେନେଇଁ ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମହୋଦୟ ଙ୍କୁ ଆମେ ଅବଗତ କରିବୁ ବୋଲି ଶ୍ରୀ ଶବର ପ୍ରକାଶ କରିଥିଲେ । ବିଜେପି ର ଏଭଲି ଏକ ଅଭିନବ ପ୍ରୟାସ ଗାଁ ଦୁଆରକୁ ଯାଇ ଜନତାଙ୍କ ସମସ୍ୟା ଉପରେ ସିଧାସଳଖ ବସି ଆଲୋଚନା କରିବାକୁ ନେଇଁ ଜନସାଧାରଣ ବେଶ୍ ପ୍ରଶଂସା କରିବା ସହ ଆଶା ଓ ବିଶ୍ବାସ କରୁଥିବା ଜଣାପଡିଛି । ଅପରପକ୍ଷରେ ଧର୍ମଗଡ଼ ଜଗନ୍ନାଥ ସେବା ସମିତି ର ଏଭଲି ଏକ ମହାନ ପଦକ୍ଷେପ ସାଧାରଣରେ ବେଶ୍ ପ୍ରସଂଶନୀୟ ହୋଇଛି ।

କଳାହାଣ୍ଡି ଜିଲ୍ଲା ରୁ ଟଙ୍କଧରବିହାରୀ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!