ଓଡିଶା ଖବର

*ଅଲେଖ ମହିମା ଫର୍ଟିଲାଇଜର ଅଫିସ ଦ୍ୱାରା ୟୁରିଆ ସାର ବଣ୍ଟନ |*

ନବରଙ୍ଗପୁର( AKN NEWS):ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେହେଡା ପଂଚାୟତ ଅନ୍ତର୍ଗତ ନୁଆଁଗୁଡା ଗ୍ରାମ ସ୍ଥିତ ଅଲେଖ ମହିମା ଫର୍ଟିଲାଇଜର ଅଫିସରେ ଆଜି ଚାଷୀ ମାନଙ୍କୁ ୟୁରିଆ ସାର ବଣ୍ଟନ କରାଯାଇଛି |ବିଶେଷ କରି ଚାଷବାସ ସମୟରେ ଚାଷୀମାନେ ୟୁରିଆ ସାର ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ବେଳେ କିଛି ସଚୋଟ ବେପାରୀ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଠିକ ସମୟରେ ଚାଷୀଙ୍କୁ ଚାଷ ଉପଯୋଗୀ ସାର ସବୁ ଯୋଗେଇ ଆସୁଥିବା ବେଳେ କିଛି ପଞ୍ଜିକୃତ ସାର ବେପାରୀ ସାର ର କଳା ବଜାରୀ କରି ଚାଷୀଙ୍କ ଠାରୁ ଅତ୍ୟଧିକ ଅର୍ଥ ଆଦାୟ କରି ଚାଷୀଙ୍କୁ ଶୋଷଣ କରିଚାଲିଛନ୍ତି |ଏପରି ସ୍ଥିତିରେ ଅଲେଖ ମହିମା ଫର୍ଟିଲାଇଜର ଗୋଦାମର ମାଲିକ ଜକଚନ୍ଦ୍ର ଗଣ୍ଡ ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ବଣ୍ଟନ କରି ଚାଷୀଙ୍କ ଠାରୁ ପ୍ରଶଂସା ସାଉଟୁଛନ୍ତି |ଆଜି ସାର ଗୋଦାମରେ ୭୫ଜଣ ଚାଷୀଙ୍କୁ ୧୫୦ ପକେଟ ସାର ବଣ୍ଟନ କରାଯାଇଥିବା ସୂଚନା ମିଲିଛି |ଏହି ବଣ୍ଟନ ସମୟରେ ଏଗ୍ରିକଲଚର ଅଫିସର ସୁନନ୍ଦା ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ |

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!