ଓଡିଶା ଖବର
ବ୍ରହ୍ମ କୁମାରୀ ଓ କୁମାର ମାନଙ୍କ ଦ୍ଵାରା ନିଶାମୁକ୍ତ ଭାରତ ଅଭିଯାନ କୃଷ୍ଣ ପ୍ରସାଦ ଗଡ ରେ ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦ ଗଡ କୃଷ୍ଣ ପ୍ରସାଦ ଅଞ୍ଚଳରେ ପ୍ରଜାପିତା ବ୍ରହ୍ମ କୁମାର କୁମାରୀଙ୍କ ଦ୍ଵାରା ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ବାସନ୍ତୀ ଭଉଣୀ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୪୦ ରୁ ଉର୍ଦ୍ଧ ଦୀକ୍ଷିତ ଓମ୍ ଶାନ୍ତି ର ଭାଇ ଭଉଣୀ ମାନେ ଉପସ୍ଥିତ ହୋଇ କୃଷ୍ଣ ପ୍ରସାଦ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଭ୍ରମଣ କରି ନିଶା ନିବାରଣ ପାଇଁ ସ୍ୱର ଉତ୍ତଳୋନ କରିଥିଲେ ଏବଂ ଏହି ଅଭିଯାନ ଦ୍ଵାରା ଲୋକଙ୍କୁ ସଚେତନ କରାଇବା ସହିତ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିକେ ଦିନେଶ ଭାଇ , ବିକେ ରାଜ କିଶୋର ଭାଇ, ଵିକେ ମାଗୁଣି ଭାଇ , ବୀକେ ପ୍ରବୀଣ ଭାଇ , ବିକେ ପ୍ରକାଶ ଭାଇ, ବିକେ ଶାନ୍ତି ଭଉଣୀ ଙ୍କ ସମେତ ୪୦ ରୁ ଉର୍ଦ୍ଧ ଭାଇ ଭଉଣୀ ମାନେ କାର୍ଯ୍ୟ ପରିଚାଳନାରେ ଶାନ୍ତିପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


