ଓଡିଶା ଖବର

ଚାକରି କରାଇଦେବା ନାଁ ରେ ଠୋକେଇ କୋଡ଼ିଙ୍ଗା ଥାନା ରେ ଏତଲା।

ନବରଙ୍ଗପୁର/ କୋଷାଗୁମୁଡା(AKN NEWS):ଚାକରି କରାଇଦେବା ନାଁ ରେ ଠୋକେଇ ଅଭିଯୋଗ ନେଇ ଥାନା ରେ ଦ୍ୱାରସ୍ତ ହଇଥିବା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନାରେ । କୋଷାଗୁମୁଡା ବ୍ଲକ ର ବିଭିନ୍ନ ଗ୍ରାମ ରୁ କିଛି ଯୁବକ ଗତକାଲି ସାନ୍ଧ୍ୟ ସମସ୍ୟରେ କୋଡ଼ିଙ୍ଗା ଥାନା ରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି।ତାଙ୍କ ଅଭିଯୋଗ ପ୍ରକାରେ କୋଡ଼ିଙ୍ଗା ରେ ରହୁଥିବା ଜଣେ ନିଲମ୍ବିତ ଶିକ୍ଷକ ତାଙ୍କୁ ବିଭିନ୍ନ ଚାକରି କରେଇ ଦେବାକୁ କହି ଲକ୍ଷେ ଲକ୍ଷେ ଟଙ୍କା ହଡପ କରି ଚୁପ ବସି ରହିଛନ୍ତି। ଅନ୍ୟପଟେ ଯେଉଁମାନେ ଚାକରି ଖଣ୍ଡେ ପାଇବା ଆସା ରେ କିଏ ତ ସୁନା ବନ୍ଧକ ରଖି କିଏ ଜମି ବନ୍ଧକ ରଖି ଧାର ଉଦ୍ଧାର କରି ଟଙ୍କା ଦେଇଥିଲେ କିନ୍ତୁ ଟଙ୍କା ଦେବାର ବର୍ଷେ ବିତିଗଲା ସୁଦ୍ଧା ନାଁ ମିଳିଲା ଚାକରି ନାଁ ମିଳୁଛି ଦେଇଥିବା ଟଙ୍କା ଯାହାକୁ ନେଇ ବାରମ୍ବାର ଉକ୍ତ ବ୍ୟକ୍ତି ଙ୍କୁ ଟଙ୍କା ମାଗୁଥିବା ସ୍ୱତେ ମଧ୍ୟ ଟଙ୍କା ଫେରସ୍ତ ପାଉ ନାହାନ୍ତି। ଏଠି ବଡ଼ ପ୍ରଶ୍ନ ଅଧିବାସୀ ଅଧ୍ୟୁଷିତ ଦୁର୍ଗମ କୋଷାଗୁମୁଡା ବ୍ଲକ ରେ ଚାକିରି କରିବାକୁ ଆସି କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି ଗରିବ ନିରୀହ ଆଦିବାସୀ ଯୁବକ ଙ୍କୁ ନିଜ ଜାଲ ରେ ପକାଇ ଲକ୍ଷେ ଲକ୍ଷେ ଟଙ୍କା ହଡପ କରୁଛନ୍ତି। ନିରିହ ଆଦିବାସୀ ଅଞ୍ଚଳ ରେ ଏଭଳି ରକେଟ ଚଳାଇ ଟଙ୍କା ହଡପ କରୁଛନ୍ତି ପରେ ଟଙ୍କା ଫେରସ୍ତ ମାଗିଲେ ନାଲି ଆଖି ଦେଖାଉଛନ୍ତି ବଲି ଥାନା ରେ ଏତଲା ଦେଇଥିବା ଯୁବକ ମନେ ମତ ଦେଇଥିବା ଦେଖିବାକୁ ମିଳିଛି। ଯୁବକ ମନେ କୋଡ଼ିଙ୍ଗା ରେ ରହୁଥିବା ପ୍ରଦୀପ୍ତ କୁମାର ସାହୁ ଙ୍କ ନାମରେ ଟଙ୍କା ହଡପ କରିଥିବା ସିଧା ସିଧା ଏତଲା କପି ରେ ଉଲ୍ଲେଖ କରିଥିବା ସୂଚନା ଯୋଗ୍ୟ। ପ୍ରଦୀପ୍ତ କୁମାର ସାହୁ ଶିକ୍ଷକ ଭାବେ ବଡ ଆମ୍ବଡା ସାରାକରୀ ବିଦ୍ୟାଳୟରେ ରେ କାର୍ଯ୍ୟରତ ରହିଥିଲେ କିନ୍ତୁ ବର୍ତମାନ କାର୍ଯ୍ୟରୁ ନିଲମ୍ବିତ ହଇ ଘରେ ବସି ରହିଛନ୍ତି ଏବଂ ଅଞ୍ଚଳ ର ଗରିବ ନିରିହ ସରଳ ଯୁବକ ମାନଙ୍କୁ ଚାକରି କରାଇ ଦେବା ନାମ ରେ ତାଙ୍କ ଜାଲ ରେ ପକାଇ ଟଙ୍କା ହଡପ କରୁଛନ୍ତି ଯାହା ବର୍ତମାନ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। କମ୍ପୁଟର ଶିକ୍ଷକ ହେଉ ବା ସୁଭଦ୍ରା ହେଲ୍ପ ଡେସ୍କ ରେ ବା ସିକୁରିଟି ଚାକରି ପାଇଁ ବିଭିନ୍ନ ଘରଇ ସଂସ୍ଥା ରେ ଚାକରି କରାଇବା ନାଁ ରେ ସେ ଗ୍ରାମ ଗ୍ରାମ ବୁଲି ବେକାର ଯୁବକ ଯୁବତୀ ଙ୍କୁ ମୁ ଚାକରି କରାଇଦେବି କହି ଠକି ବାରେ ଚାଲିଛନ୍ତି ଏଠି ବଡ଼ ପ୍ରଶ୍ନ ଏତେବଡ ରକେଟ ରେ ରେ ସେ ଜଣେ ଅଛନ୍ତି ନାଁ ଆଉ କେତେଜଣ ସାମିଲ ରହିଛନ୍ତି ବଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଚାଲିଛି। ବର୍ତମାନ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ବଡ଼ ମାଛ କୁ ଧରିବାରେ କେତେ ସଫଳ ହେବ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!