ଓଡିଶା ଖବର

କୃଷ୍ଣ ପ୍ରସାଦ ଗଡ ବାବା ନୀଳକଣ୍ଠେଶ୍ଵର ମନ୍ଦିର ରେ ରାଷ୍ଟ୍ରହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡ ବାବା ନୀଳକଣ୍ଠେଶ୍ଵର ଙ୍କ ମନ୍ଦିରରେ ଜଗତର ମଙ୍ଗଳ ନିମିତ୍ତ ପାରିକୁଦ ରାଜାଙ୍କ ତତ୍ତ୍ଵାବଧାନରେ ଏବଂ ପାଞ୍ଚ ମୌଜା କମିଟି ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା,ସମ୍ପାଦକ ଶ୍ରୀଯୁକ୍ତ ଈଶ୍ୱର ପଲେଇ ଏବଂ କମିଟିର ସମସ୍ତ ସଦସ୍ୟ ମାନଙ୍କ ପୂର୍ଣ୍ଣ ସହଯୋଗରେ ଆଜକୁ ପ୍ରାୟ ତିନିଦିନ ଧରି ରାଜ ପୁରହିତ କମଳ ଦେବତା ଙ୍କ ନିର୍ଦ୍ଦେଶାନୁସାରେ ପ୍ରଚାରକ -ସନ୍ତୋଷ କୁମାର ଦେବତା,ଆଚାର୍ଯ୍ୟ ସତ୍ୟ ନାରାୟଣ ଦେବତା , ଅଭିଷେକ ପ୍ରକାଶ ଚନ୍ଦ୍ର ଦେବତା ସମିଧ ଚରୁ , ସୁରେନ୍ଦ୍ର ମିଶ୍ର , ଏବଂ ମନ୍ଦିରର ମୁଖ୍ୟ ପୂଜକ ଦୀପକ କୁମାର ସୁଆର , ପପୁ ସୁଆର ଙ୍କ ସମେତ ୭ ଜଣ ପୂରହିତ ପୂଜା କର୍ମରେ ସହଯୋଗ କରିଥିଲେ ଉକ୍ତ ଯଜ୍ଞ କର୍ମରେ ବାବା ନୀଳକଣ୍ଠେଶ୍ଵର ଙ୍କ ବିଜୟ ପ୍ରତିମା ନିମନ୍ତ୍ରିତ ଭାବେ ଯଜ୍ଞ ସ୍ଥଳକୁ ଆସିଥିଲେ ଏବଂ ମଣ୍ଡଳ ପୂଜା,ସୂର୍ଯ୍ୟ ପୂଜା, ବୃଷଭ ଜଳଛାୟା ,ଅଭିଷେକ ଇତ୍ୟାଦି ପୂଜା ଯଥା ବିଧି ଅନୁଷ୍ଠିତ ହୋଇଥିଲା ଉକ୍ତ ଉତ୍ସବରେ ପାଞ୍ଚ ମୌଜା କମିଟି ସଦସ୍ୟ ବିଜୟ କୁମାର ଜେନା, ହରମୋହନ ମାନସିଂହ,ବିଭୁ ନାରାୟଣ ଜେନା,ଧର୍ମପଦ ପଲେଇ,ସୁବାସ ସିଂ ସାମନ୍ତ, ଭଗବାନ ପ୍ରଧାନ ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କର୍ମରେ ସହଯୋଗ କରିଥିଲେ ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!