ଓଡିଶା ଖବର

କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳ ରେ ଶୋକର ଛାୟା 

କନ୍ଧମାଳ,(AKN NEWS): କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଏସ. କୁମାର ନ୍ୟୁଜ ଏଜେନ୍ସି ର ପ୍ରତିଷ୍ଠାତା ସୁରେନ୍ଦ୍ର କୁମାର ପାଣିଗ୍ରାହୀ (୭୫ ) ଙ୍କ ସୋମବାର ଅପରାହ୍ନ ୨ ସମୟରେ ବ୍ରହ୍ମପୁରର ଏକ ଘରୋଇ ମେଡିକାଲ ରେ ଦେହାନ୍ତ ହୋଇଯାଇଛି । ସ୍ବର୍ଗତ ପାଣିଗ୍ରାହୀ କିଛି ଦିନ ହେବ ଶ୍ଵାସ ଜନିତ ସମସ୍ଯା ଦେଖାଦେବାରୁ ପ୍ରଥମେ ବାଲିଗୁଡା ମେଡିକାଲ ପରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ଚିକିସ୍ତିତ ହେଉଥିଲେ । ଶ୍ରୀ ପାଣିଗ୍ରାହୀ ଦୀର୍ଘ ୫ ଦଶନ୍ଧି ଧରି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ସ୍ତରୀୟ ସମ୍ବାଦିକତା କରିଆସୁଥିଲେ । ଜିଲ୍ଲାର ବହୁ ସାମ୍ବାଦିକ ତାଙ୍କର ପ୍ରେରଣା ରେ ସାମ୍ବାଦିକ ହୋଇଛନ୍ତି । ସେ କେବଳ ସାମ୍ବାଦିକ ନଥିଲେ ଜଣେ ନାଟ୍ୟ କଳାକାର ,ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଓ ନାତି ନତୁଣୀ ରହିଛନ୍ତି l ତାଙ୍କ ପାର୍ଥିବ ଶରୀରକୁ ନିଜ ବାଲିଗୁଡା ବାସଭବନ ଙ୍କୁ ଅଣାଯିବା ପରେ ସବ ଜେଲ ନିକଟସ୍ଥ ସ୍ମଶାନ ଘାଟ ରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା । ତାଙ୍କ ବିୟୋଗରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ,ବାଲିଗୁଡା ବିଧାୟକ ଚକ୍ରମଣି କହଁର ,ଜି ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ,ପୂର୍ବତନ ଉପ ବାଚସ୍ପତି ସାଲୁଗା ପ୍ରଧାନ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର , ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, କର୍ମକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!