ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉମରି ଦଳ ବିଜୟ

ନବରଙ୍ଗପୁର:(AKN NEWS ): ନବରଙ୍ଗପୁର ଟାଉନ ଫୁଟବଲ୍ ଏକାଡେମୀ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ଫୁଟବଲ୍ ପଡ଼ିଆରେ ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ ବାଳକୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ରାକେଶ ଗୁପ୍ତା ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏକ ସଂଘର୍ଷ ମୟ ଉଦ୍ଘାଟନୀ ମ୍ୟାଚରେ କୋରାପୁଟ ଜିଲ୍ଲା ଉମରି ଦଳ ନବରଙ୍ଗପୁର ଜିଲ୍ଲା ଗ୍ଲାଡ଼ିଏଟର ଏଫ୍ ସି ଦଳକୁ ୨-୦ ଗୋଲ ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟ କୁ ଉନ୍ନୀତ ହୋଇଛି। ସୂଚନା ଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଉଦ୍ୟକ୍ତା ଅଶୋକ ପାତ୍ର ଙ୍କ ଦ୍ଵାରା ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ସକାଶେ ଆୟୋଜନ କରିଥିବାରୁ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ମାନେ ଶ୍ରୀ ପାତ୍ରଙ୍କ ଏହି ଅଭିନବ ପ୍ରୟାସ ପାଇଁ ସାଧୁବାଦ୍ ଜଣାଇ ଛନ୍ତି। ଆଜିର ଉଦଘାଟନୀ ମ୍ୟାଚରେ ରେଫରି ଭାବରେ ଲାଲୁ ହରିଜନ, ଲାଇନ୍ ରେଫେରି ଭାବରେ ଚନ୍ଦନ ଗରଡା, ବିଜୟ ନାୟକ ପରିଚାଳନା କରିଥିବା ବେଳେ ପ୍ରଥମ ଥର ପାଇଁ ମହିଳା ରେଫରୀ ଭାବରେ ରାଇଲା ଭତରା ଏବଂ ଆରତୀ ହରିଜନ ସହଯୋଗ କରିଥିଲେ। ଫୁଟବଲ୍ ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳରୁ ଅନେକ ଦର୍ଶକ ଉପସ୍ଥିତ ଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


