ଓଡିଶା ଖବର

ପଶ୍ଚିମ ଓଡ଼ିଶାର ଅନ୍ୟତମ ଜନପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଗତକାଲି ଦେହାନ୍ତ ହୋଇଛି ।

(AKN NEWS):ପଶ୍ଚିମ ଓଡ଼ିଶାର ଅନ୍ୟତମ ଜନପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଗତକାଲି ଦେହାନ୍ତ ହୋଇଛି । ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଭବାନୀପାଟଣା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ରାଜୁ ଢୋଲକିଆଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ବିଜେଡି ତରଫରୁ ୨ମି ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଭବାନୀ ଶଙ୍କର ମିଶ୍ର, ନଗରପାଳ ବିଷ୍ଣୁ ପ୍ରଧାନ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ଲଳିତା ନାଏକ, ବିସିସିବି ବ୍ୟାଙ୍କ ସଭାପତି ଗିରୀଶ ବେହେରା, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ପୂର୍ବତନ ପୋରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଯୁବ ବିଜେଡି ନେତା ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ବରିଷ୍ଠ ବିଜେଡି ନେତା ଧର୍ମେନ୍ଦ୍ର ନାଏକ, ପ୍ରଶାନ୍ତ ନାଏକ, ତ୍ରିଲୋଚନ ପାଣିଗ୍ରାହୀ, ବଦ୍ରିନାରାୟଣ ପଟ୍ଟନାୟକ, ପରମାନନ୍ଦ ମାଝୀ, ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ , ଶିବା ସାହୁ, ରାଜୀବ ଲୋଚନ ଶତପଥି ସୁନନ୍ଦା ସାହୁ, ପ୍ରତିଭା ଚୌହାନ, ମଧୁ ନାଗ, ସୁତପା ବହିଦାର, ପିତବାସ ବେହେରା, ମାନସ ବାଗ, ଜୟଶ୍ରୀ ଅଗ୍ରୱାଲ, ପ୍ରଶାନ୍ତ ଠାକୁର ତଥା ସମସ୍ତ କାଉନସିଲର ଯୋଗଦେଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!