ଓଡିଶା ଖବର

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ନବରଙ୍ଗପୁର (AKN NEWS:ଜିଲ୍ଲା ରେ ୧୭ ସେପ୍ଟେମ୍ବର ରୁ “ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ‘ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” ଆରମ୍ଭ’ ହେବାକୁ ଯାଉଛି। ଏହି ଅବସରରେ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାର ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ନିମନ୍ତେ ଜିଲାସ୍ତରୀୟ ସମନ୍ୱୟ ବୈଠକ ଗତକାଲି ୧୧.୯.୨୦୨୫ରିଖ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ସ୍ଵାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଜିଲ୍ଲା ସମାଜ ମଙ୍ଗଳ, ତଥା ମିଶନ ଶକ୍ତି ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ I ଏହି ଅଭିଯାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଉପସ୍ୱାସ୍ଥ୍ୟ କେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଆସନ୍ତା ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରୋଗ ଚି଼ହ୍ନଟ କାରଣ ଓ ସଚେତନତା ଶିବିର ଅନୁଷ୍ଠିତ ହେବ I ଏହି ଅଭିଯାନରେ ନାରୀମାନଙ୍କ ଏବଂ ଶିଶୁ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରିକ୍ଷା, ସ୍ୱାସ୍ଥ୍ୟ ସେବା ସହିତ ସବୁ ବୟସର ଝିଅମାନଙ୍କର (ବିଶେଷ କରି କିଶୋରୀ ମାନଙ୍କ) ମଧ୍ୟ ସ୍ୱାସ୍ଥ୍ୟ ପରିକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ମାଧ୍ୟମରେ କରାଯିବ I ଏଥିସହିତ ରକ୍ତ ପରୀକ୍ଷା, ଅଣସଂକ୍ରମକ ରୋଗ ପରୀକ୍ଷା, ରକ୍ତ ହୀନତା ପରୀକ୍ଷା, ରକ୍ତ ଶିକୁଳି ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା ଇତ୍ୟାଦି VHSND, ଟୀକା କରଣ ପାଇଁ ଧାର୍ଯ୍ୟ ଗ୍ରାମ ରେ, ସ୍କୁଲ ମାଙ୍କରେ ଏବଂ ୧୦୦୦ ରୁ ଉର୍ଦ୍ଧ ଜନ ସଂଖ୍ୟା ଥିବା ଗ୍ରାମମାନଙ୍କରେ ଆୟୋଜନ କରାଯିବ I ଏହି ଶିବିର ଜିଲ୍ଲାର ସମସ୍ତ ୧୦ ଟି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର, ୪୦ ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୧ ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୮୯ ଟି ଉପସ୍ବାସ୍ଥ୍ୟ କେନ୍ଦ୍ର ଅନୁଷ୍ଟିତ ହେବI ଏତତ ବ୍ୟତିତ ସମସ୍ତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଗୋଟିଏ ଲେଖାଏଁ କରାଯିବ I ସମସ୍ତ ବିଭାଗର ସମନ୍ଵୟରେ ଏହି କାର୍ଯ୍ୟକ୍ରମକୁ ସଫଳତା କରିବା ପାଇଁ ଜିଲ୍ଲାପାଳ ଏହି ବୈଠକରେ ନିର୍ଦେଶ ଦେଇଥିଲେ।ସି ଡି ଏମ ଓ ଡ ସନ୍ତୋଷ ପଣ୍ଡା, ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର, ଏ ଡି ପି ଏଚ ଓ ଡ ମଳୟ ତ୍ରିପାଠି, ଡିପିମ ଏନ୍ ଏଚ୍ ଏମ ଶଙ୍କର ଆଚାର୍ଯ୍ୟ ଙ୍କ ସମେତ ବିଭିନ୍ନ ବିଭାଗୀୟ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ବୈଠକରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆଲୋଚନା ରେ ଭାଗ ନେଇଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!