ଓଡିଶା ଖବର

ଗୋଲାମୁଣ୍ଡା ରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା 

କଳାହାଣ୍ଡି ଜିଲ୍ଲା(AKN NEWS):ଗୋଲାମୁଣ୍ଡା ସ୍ଥିତ ଶିବାଜୀ ଷ୍ଟାଡିଅମ ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ବରିଷ୍ଟ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ସିଆରସିସି ଥବିର ମାଝୀ ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ। ବ୍ଲକ ର ୨୮ ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଫୁଟବଲ, ଖୋ ଖୋ, କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗୋଲାମୁଣ୍ଡା କ୍ରୀଡା ଶିକ୍ଷକ ସଙ୍ଘ ର ସଭାପତି ବଂଶୀଧର ଅଘରିଆ,ସମ୍ପାଦକ ମନୋଜ କୁମାର ଅଗସ୍ତି,ନୋଡାଲ ସଂଯୋଜକ ମନୋଜ କୁମାର ଜେନା,ସମେତ ସମସ୍ତ ଖେଳ ଶିକ୍ଷକ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ସଭାକାର୍ଯ୍ୟ କୁ ବରିଷ୍ଠ ଶିକ୍ଷକ ଧନଞ୍ଜୟ ମେହେର ପରିଚାଳନା କରିଥିଲେ। ସମାଜ ସେବୀ ପାଣି ଓ ors glucose ବ୍ୟବସ୍ଥା ଛାତ୍ର ଛାତ୍ରୀ ଙ୍କ ପାଇଁ ବ୍ୟବସ୍ଥା କରି ଥିବାରୁ ତାଙ୍କୁ ସମସ୍ତ ଶିକ୍ଷକ ଭୂରି ଭୂରି ପ୍ରଶଂସା କରି ଥିଲେ ତାଙ୍କ ଏପରି ପ୍ରୟାସ ଜାରି ରହିଛି ସବୁ ସମୟରେ ଅଞ୍ଚଳ ବାସି ଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!