ଓଡିଶା ଖବର

ନବରଙ୍ଗପୁର ଜିଲ୍ଲା ରେ”ଏକ୍ ପେଡ୍ ମା କେ ନାମ” ସାମୁହିକ ବୃକ୍ଷ ଚାରା ରୋପଣ ଜିଲ୍ଲାସାରା ରୋପଣ ହେବ ୨,୬୩,୨୧୦ ଚାରା।

ନବରଙ୍ଗପୁର (AKN NEWS):ପରିବେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଦ୍ବାରା ଗତ ବର୍ଷ ଠୁ ଆରମ୍ଭ ହୋଇଥିବା ” ଏକ ପେଡ ମା କେ ନାମ” ଅଭିଯାନର ଦ୍ଵିତୀୟ ସଂସ୍କରଣ ରେ ରାଜ୍ୟରେ ଗୋଟିଏ ଦିନରେ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆସନ୍ତା କାଲି ୧୭.୯.୨୦୨୫ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଦ୍ବାରା ବିହୀତ ପଦକ୍ଷେପ ନିଆଯାଇଛି।ଏହି କାର୍ଯ୍ୟକ୍ରମରେ ଆସନ୍ତା କାଲି ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନ,ଗ୍ରାମ ପଂଚାୟତ, ବ୍ଲକ,ସରକାରୀ / ବେସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଶିକ୍ଷକ,ଶିକ୍ଷୟତ୍ରୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ,ବନ ସଂରକ୍ଷଣ ସମିତି ସଭ୍ୟ,ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଭ୍ୟ, ମହିଳା ଓ ଯୁବ ବର୍ଗ,ଜନ ପ୍ରତିନିଧି,ସରକାରୀ କର୍ମଚାରୀ ,ଜନ ସାଧାରଣ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହେବେ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ ବିଭାଗ ଦ୍ଵାରା ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ ୫୦୦ ଚାରା ହିସାବରେ ୯୪,୫୦୦ ବୃକ୍ଷ ଚାରା, ବନ ଓ ପରିବେଶ ବିଭାଗ ଦ୍ଵାରା ୮୦,୦୦୦ ଚାରା,ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ବିଦ୍ୟାଳୟ ମାନଂକ ପାଇଁ ୪୫,୬୮୫ ଚାରା, ଆଇ ଟି ଡି ଏ ଦ୍ଵାରା ୬୪୪୦ ଚାରା,ମେଗା ଉଠା ଜଳସେଚନ ଦ୍ଵାରା ୧୦,୦୦୦ ଚାରା,ସି ଆର୍ ପି ଏଫ୍ ୧୨ ବାଟାଲିୟନ ଦ୍ଵାରା ୫୦୦୦ ଚାରା ,ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ବିଦ୍ୟାଳୟ ମାନଂକ ପାଇଁ ୨୦୦୦ ଚାରା,ଅଗ୍ରଗାମୀ ଏନ୍ ଜି ଓ ଦ୍ଵାରା ୪୫୮୫ ଚାରା,ଉଦ୍ୟାନ ବିଭାଗ ଦ୍ଵାରା ୧୦୦୦୦ ଚାରା ,ମୃତ୍ତିକା ସଂରକ୍ଷଣ ଦ୍ଵାରା ୫୦୦୦ ଚାରା ଏଭଳି ମୋଟ ୨,୬୩,୨୧୦ ଚାରା ରୋପଣ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏ ସମସ୍ତ ବୃକ୍ଷ ଚାରା ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଉଦ୍ୟାନ ବିଭାଗ ଦ୍ଵାରା ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସି ଡି ଓ,ଡି ଏଫ୍ ଓ, ଉଦ୍ୟାନ ଉପ ନିର୍ଦ୍ଦେଶକ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ପି ଏ,ଆଇ ଟି ଡି ଏ,ଡି ଡ଼ବ୍ଲୁ ଓ,ଜିଲ୍ଲା ଶିକ୍ଷା ଅଧିକାରୀ, ଡି ଏସ ଡବ୍ଲୁ ଓ,ମେଗା ଉଠା ଜଳସେଚନ ଯନ୍ତ୍ରୀ, ଡି ଆଇ ପି ଆର୍ ଓ ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ,ସମସ୍ତ ବି ଡି ଓ ଙ୍କୁ ନେଇ ବୈଠକ,ମେରି ଲାଇଫ ପୋର୍ଟାଲ ରେ ବୃକ୍ଷ ରୋପଣ ର ଜିଓ ଟ୍ୟାଗ ଫଟୋ ଅପଲୋଡ଼ ର ତାଲିମ,ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଙ୍କ ସହ ଜିଲ୍ଲାପାଳଙ୍କ ଭର୍ଚୁଆଲ ବୈଠକ,ଜିଲ୍ଲାପାଳଙ୍କ ବି ଡି ଓ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ଫଳ ଓ ଔଷଧୀୟ ଗୁଣ ଗଛ ଆମ୍ବ,ପଣସ,କାଜୁ,ହରିଡା, ବାହାଡ଼ା, ଅଁଳା,କରଞ୍ଜ,ତେନ୍ତୁଳି, ନିମ,ଅର୍ଜୁନ ଭଳି ଅନେକ ଚାରା ରୋପଣ କରାଯିବ। ସୂର୍ଯ୍ୟୋଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ।ଗଛ ଗୁଡ଼ିକ ଯେଭଳି ବଞ୍ଚି ବ ତାର ରକ୍ଷାଣବେକ୍ଷଣ,ନିୟମିତ ତଦାରଖ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କରାଯିବ।ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତେ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ଵାନ କରିଛନ୍ତି । ମେରୀ ଲାଇଫ ପୋର୍ଟାଲ ଓ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ରେ ଚାରା ରୋପଣ ଫଟୋ, ବୃକ୍ଷ ରୋପଣ ସେଲଫି ଫଟୋ ଅପଲୋଡ଼ କରିବାକୁ ନିବେଦନ କରିଛନ୍ତି।ଏହି ଅବସରରେ ଆଜି ଅନୁଷ୍ଠିତ ଗଣମାଧ୍ୟମ ସମ୍ମିଳନୀରେ ଜିଲ୍ଲାପାଳ ସମସ୍ତ ସାମ୍ୱାଦିକ ମାନଙ୍କୁ ଏହାର ବହୁଳ ପ୍ରଚାର ପ୍ରସାର ଓ ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା ଅନୁରୋଧ କରିଛନ୍ତି।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!