ଓଡିଶା ଖବର

ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ଓ ଭାଗବତ ସପ୍ତାହ ମନୁଷ୍ୟ ଦେହରେ ଦିବ୍ୟ ଜ୍ଞାନ ଦେଖି ଭଗବାନ ସନ୍ତୁଷ୍ଟ ହୁଅନ୍ତି l

ଭବାନୀପାଟଣା(AKN NEWS):ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ଭବାନୀପାଟଣା ନଗର ଶାଖା ଓ ସ୍ଥାନୀୟ ଶକ୍ତି ମହିଳା ମଣ୍ଡଳ ପକ୍ଷରୁ ଆୟୋଜିତ ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସ ଜୟନ୍ତୀ ଓ ଭାଗବତ ପାଠ କାର୍ଯ୍ୟକ୍ରମ ଜଳସେଚନ କଲୋନୀର ଗୋପବନ୍ଧୁ ପଣ୍ଡାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି l ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା ମାଣିକେଶ୍ଵରୀ, କଳାହାଣ୍ଡି ଶାଖାର ଜିଲ୍ଲା ସମ୍ପାଦିକା ସୁୁଦେଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରବଚକ ବସନ୍ତ କୁମାର ସ୍ବାଇଁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଓଡ଼ିଆ ଭାଗବତର ସାରତତ୍ଵ ଓ ଜଗନ୍ନାଥ ଦାସଙ୍କ ଜୀବନ ଚରିତ ଆଜି ମଧ୍ୟ ଆବଶ୍ୟକ l ଗାଦି ଗୋସାଇଁ ପରମ୍ପରାକୁ ପୁନଃ ସ୍ଥାପିତ କରି ସମସ୍ତେ ନିତ୍ୟ ଭାଗବତ ପାଠ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ l କମଳିନୀ ପଣ୍ଡା ଭଜନ ପରିବେଷଣ ଓ ସୁନନ୍ଦା ମିଶ୍ର ଭାଗବତ ପାଠ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉମାଦେବୀ ପାତ୍ର, ସୀତାରାମ ଘି, ଗୋପବନ୍ଧୁ ପଣ୍ଡା, ସୁନନ୍ଦା ମିଶ୍ର, ଜୟନ୍ତୀ ଠାକୁର, ବବିତା ପାଣିଗ୍ରାହୀ, ପ୍ରତ୍ୟାଶା ଦାଶ, ଅନିତା ମହାପାତ୍ର, ଇନ୍ଦିରା ପାଣି, ସୀମା ମୁଣ୍ଡ, ସୁନୀତା ଶତପଥୀ, ଝରଣା ପ୍ରଧାନ, ସୋନାଲିକା, ବେହେରା,ପ୍ରଭାସିନୀ ପଣ୍ଡା,ସୀମା ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଶକ୍ତି ମହିଳା ମଣ୍ଡଳର ସମ୍ପାଦିକା ବବିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!