ଓଡିଶା ଖବର

ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନୂତନ ରାଜ୍ୟ ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ |

ନବରଙ୍ଗପୁର ( AKN NEWS):ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଉଦେଶ୍ୟରେ କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରଣାଳୟକୁ ଦାବିପତ୍ର ପ୍ରଦାନ କରାଯାଇଛି |ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭରପୁର ଭାବେ ପ୍ରାକୃତିକ ସମ୍ବଳ ପୁରି ରହିଥିବା ସ୍ୱତେ ଏଠାକାର ଆଦିବାସୀ ଆର୍ଥିକ ସଙ୍କଟ ଭୋଗୀ ଆସୁଛନ୍ତି |ଅବିଭକ୍ତ କୋରାପୁଟ ଜିଲ୍ଲାରେ ସତୁରି ପ୍ରତିଶତ ଆଦିବାସୀ ବସବାସ କରୁଥିବା ବେଳେ ସରକାର ସେମାନଙ୍କ ଜୀବନ ଶୈଳୀ,ଭାଷା, ସଂସ୍କୃତି ଓ ପରମ୍ପରା ଉପରେ ସରକାର ଦୃଷ୍ଟି ଦେଉନାହାନ୍ତି |ଏପରିକି ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ମଧ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କୁ ଅବହେଳା କରାଯାଉଛି |ସ୍ଥାନୀୟ ଜନସାଧାରଣ ମାନଙ୍କ ନିଜସ୍ୱ ଭାଷା, ଲିପି, ନୃତ୍ୟ, ସଂଗୀତ ଓ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ରହିଥିଲେ ହେଁ ସେସବୁ ବିକାଶ ତଥା କୃଷି ଏବଂ ଶିଳ୍ପ ର ବିକାଶ ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି |ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କଲେ ଏସବୁ ସମସ୍ୟାର ସମାଧାନ ହୋଇପାରିବ ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ସମ୍ବରୁଦ୍ଧ ରାଜ୍ୟ ଭାବେ ପରିଗଣିତ ହେବ ବୋଲି ବୁଦ୍ଧିଜୀବୀ ଓ ଜନ ପ୍ରତିନିଧିମାନେ ଆଶାବ୍ୟକ୍ତ କରିଛନ୍ତି |

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!