ଓଡିଶା ଖବର

ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନୂତନ ରାଜ୍ୟ ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ |

ନବରଙ୍ଗପୁର ( AKN NEWS):ଅବିଭକ୍ତ କୋରାପୁଟ ଜିଲ୍ଲା ତଥା କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ଉଦେଶ୍ୟରେ କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରଣାଳୟକୁ ଦାବିପତ୍ର ପ୍ରଦାନ କରାଯାଇଛି |ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭରପୁର ଭାବେ ପ୍ରାକୃତିକ ସମ୍ବଳ ପୁରି ରହିଥିବା ସ୍ୱତେ ଏଠାକାର ଆଦିବାସୀ ଆର୍ଥିକ ସଙ୍କଟ ଭୋଗୀ ଆସୁଛନ୍ତି |ଅବିଭକ୍ତ କୋରାପୁଟ ଜିଲ୍ଲାରେ ସତୁରି ପ୍ରତିଶତ ଆଦିବାସୀ ବସବାସ କରୁଥିବା ବେଳେ ସରକାର ସେମାନଙ୍କ ଜୀବନ ଶୈଳୀ,ଭାଷା, ସଂସ୍କୃତି ଓ ପରମ୍ପରା ଉପରେ ସରକାର ଦୃଷ୍ଟି ଦେଉନାହାନ୍ତି |ଏପରିକି ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ମଧ୍ୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣଙ୍କୁ ଅବହେଳା କରାଯାଉଛି |ସ୍ଥାନୀୟ ଜନସାଧାରଣ ମାନଙ୍କ ନିଜସ୍ୱ ଭାଷା, ଲିପି, ନୃତ୍ୟ, ସଂଗୀତ ଓ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ରହିଥିଲେ ହେଁ ସେସବୁ ବିକାଶ ତଥା କୃଷି ଏବଂ ଶିଳ୍ପ ର ବିକାଶ ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି |ତେଣୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କଲେ ଏସବୁ ସମସ୍ୟାର ସମାଧାନ ହୋଇପାରିବ ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ ହେବ ବୋଲି ବୁଦ୍ଧିଜୀବୀ ଓ ଜନ ପ୍ରତିନିଧିମାନେ ଆଶାବ୍ୟକ୍ତ କରିଛନ୍ତି |

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!