ଏକଲ ଅଭିଯାନ ପାଲନ କଲା ରାଷ୍ଟ୍ରୀୟ ଆଯୁର୍ବେଦ ଦିବସ ଭବାନୀପାଟଣା ସହରାଞ୍ଚଳ

(AKN NEWS):ଏକଲ ଅଭିଯାନ ଦେଶ ର ସୂଦୂରବର୍ତ୍ତି ଏକ ଲକ୍ଷ ଗ୍ରାମ ରେ ଶିକ୍ଷା, ସ୍ଵାସ୍ଥ୍ୟ, ଗ୍ରାମ ବିକାଶ, ଜାଗରଣ ଏବଂ ସଂସ୍କାର ଶିକ୍ଷା ମାଧ୍ୟମରେ ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟ ୩୬ ବର୍ଷ ଧରି କରି ଆସୁଅଛି। ଆମ ଓଡ଼ିଶା ରେ ୫୦୦୦ ରୁ ଅଧିକ ଗ୍ରାମ ରେ ଏହି କାର୍ଯ୍ୟ ଚାଲୁଅଛି। କଳାହାଣ୍ଡି ଏବଂ ନୂଆପଡ଼ା ର ୧୪ ଟି ବ୍ଳକ ରେ ୩୮୩ ଗ୍ରାମ ରେ ୨୩ ସେପ୍ଟେମ୍ବର ଆଜି ର ଦିନ ରେ ପାଳନ ହୋଇଛି ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ। ଏହି ଅବସରରେ କଳାହାଣ୍ଡି ଓ ନୂଆପଡା ସହର ଏବଂ ଗ୍ରାମରେ ବିଭିନ୍ନ ସ୍ଥାନରେ ସେବାବ୍ରତୀ କାର୍ଯ୍ୟକର୍ତ୍ତା ଏବଂ ସମିତି ଙ୍କ ଉପସ୍ଥିତି ରେ ଗ୍ରାମ ବୈଦ୍ୟ ଓ ଆୟୁର୍ବେଦ ଚିକିତ୍ସକ ମାନଙ୍କୁ ସମ୍ମାନିତ କରାଯାଇଛି।
ଏହି ଅବସରରେ ସଂସ୍ଥା ର ଓଡ଼ିଶା ପ୍ରାନ୍ତ ସଂରକ୍ଷକ ଇଂ. ନିରଞ୍ଜନ ପ୍ରଧାନ, ଭବାନୀପାଟଣା ଅଞ୍ଚଳ ସଭାପତି ସୁଶ୍ରୀ ସବିତା ପଟ୍ଟନାୟକ, ଅଞ୍ଚଳ ଉପାଧ୍ୟକ୍ଷ ଶ୍ରୀମତୀ ଜ୍ୟୋତି ପ୍ରଧାନ, କାର୍ଯ୍ୟାଲୟ ପ୍ରଭାରୀ ଶ୍ରୀମତୀ ସ୍ଵରସତୀ ହୋତା, ମହିଳା ପ୍ରଭାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ନାୟକ ଏବଂ ବାବା ମଧୁସୂଦନ ଦାସ ମିଶି ଚିକିତ୍ସକ ଡ. ରାଜୁରାମ ବାଗ ଙ୍କୁ ସମ୍ମାନିତ କରିବା ସହିତ ଆୟୁର୍ବେଦ ଦିବସ ସମ୍ବନ୍ଧରେ କାର୍ଯ୍ୟକର୍ତ୍ତା ଙ୍କୁ ଅବଗତ କରାଇଥିଲେ। ଚିକିତ୍ସକ ଡ. ରାଜୁରାମ ବାଗ ଙ୍କ ସହିତ ଅଖିଳ ଭାରତୀୟ ଗତିବିଧି ପ୍ରମୁଖ ଶ୍ରୀ ପ୍ରଦୀପ ସ୍ୱାଇଁ, ଜିଲ୍ଲା ଗତିବିଧି ପ୍ରମୁଖ ଶ୍ରୀ ଘନଶ୍ୟାମ ଭାଟି, ଶ୍ରୀ ଡମ୍ବରୁଧର ମାଝି, ଶ୍ରୀ ପ୍ରଭାସ ରାଉତ , ସଞ୍ଚ ପ୍ରମୁଖ ଶ୍ରୀ ନିରାକାର ଦୁର୍ଗା, ଶ୍ରୀ ପ୍ରମୋଦ ବନ୍ଦିଛୋଡ ଏକଲ ବିଦ୍ୟାଳୟ ତଲବେଲଗାଁ ରେ ଗ୍ରାମ ବୈଦ୍ୟ ଙ୍କୁ ସମ୍ମାନିତ କରିବା ସହିତ ଜଡ଼ିବୁଟି ସାହାର୍ଯ୍ୟରେ ଗ୍ରାମ ବୈଦ୍ୟ ଙ୍କ ମାଧ୍ୟମରେ କିପରି ସହଜରେ ଚିକିତ୍ସା କରାଯାଇ ପାରିବ, ତାହା ବିଷୟରେ ଗ୍ରାମବାସୀ ଙ୍କୁ ଅବଗତ କରାଇଥିଲେ। ଚିକିତ୍ସକ ଡ. ବାଗ ୪୦ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଇଂ. ନିରଞ୍ଜନ ପ୍ରଧାନ ଏହି ଅବସରରେ ସୁସ୍ଥ ଶରୀର,ସୁସ୍ଥ ମନ , ସୁସ୍ଥ ପରିବାର, ସୁସ୍ଥ ଗ୍ରାମ ନିର୍ମାଣ ନିମନ୍ତେ ଏହି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଥିଲେ। ସୁଶ୍ରୀ ସବିତା ପଟ୍ଟନାୟକ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ କରିବା ସହିତ ଗ୍ରାମ ରେ ଗ୍ରାମ ବୈଦ୍ୟ ମାନଙ୍କର ଉତ୍ତମ ପ୍ରଶିକ୍ଷଣ ସହିତ ଗ୍ରାମବାସୀ ଙ୍କୁ କିପରି ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରାଯାଇପାରିବ ତାଙ୍କର ବିଷୟ ପ୍ରତିପାଦନ କରିଥିଲେ। ଶେଷରେ କଲ୍ୟାଣ ମନ୍ତ୍ର ସହିତ କାର୍ଯ୍ୟ ସମାପ୍ତ କରାଯାଇଥିଲା।
ବ୍ୟୁରୋ ରିପୋର୍ଟ AKN NEWS


