ଓଡିଶା ଖବର

ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ତ୍ରୟୋଦଶ ସ୍ଥାପନା ଦିବସ ପାଳିତ ।

ଭୁବନେଶ୍ବର, (AKN NEWS):ହିନ୍ଦୁ ରାଷ୍ଟ୍ରର ପ୍ରତିଷ୍ଠା ପାଇଁ ସଂକଳ୍ପିତ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନର ତ୍ରୟୋଦଶ ସ୍ଥାପନା ଦିବସ ପାର୍ବଣର ଉତ୍ସବମୁଖର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ସଙ୍ଗଠନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ ଓ ଦେବୀ ପୀଠଗୁଡ଼ିକରେ ମା’ଙ୍କ ଦର୍ଶନ ସହିତ ଭାରତରେ ହିନ୍ଦୁ ରାଷ୍ଟ୍ରର ପ୍ରତିଷ୍ଠା ପାଇଁ ସାମ୍ବିଧାନିକ ରୂପେ ଘୋଷଣା କରିବା ନେଇ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ମା’ଙ୍କର କୃପା କାମନା କରାଯାଇଥିଲା ।ଭାରତକୁ ଆନୁଷ୍ଠାନିକ ଭାବେ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯିବାର ଆବଶ୍ୟକତା ଉପରେ ନିଜର ଦୃଢ଼ ମନ୍ତବ୍ୟ ରଖି ସଂଗଠନର ପ୍ରଦେଶ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ୍ କହିଛନ୍ତି ଯେ, “ଭାରତ ସ୍ବାଭାବିକ ଭାବରେ ସନାତନୀ ହିନ୍ଦୁମାନଙ୍କର ରାଷ୍ଟ୍ର । କିନ୍ତୁ ଏହା ଅଧିକୃତ ବା ଆନୁଷ୍ଠାନିକ ଭାବେ ଘୋଷିତ ନ ଥିବାରୁ ଭାରତ ଅର୍ନ୍ତରାଷ୍ଟ୍ରୀୟ ମଞ୍ଚରେ ଗୋଟିଏ ହିନ୍ଦୁ ରାଷ୍ଟ୍ରର ସମ୍ମାନ ନ ପାଇବା ସହ ହିନ୍ଦୁ ରାଷ୍ଟ୍ରର ପ୍ରତିନିଧି ଭୂମିକାରେ ନିଜକୁ ଉପସ୍ଥାପିତ କରି ପାରୁନାହିଁ । ଏଣୁ ବାଂଲାଦେଶ ଭଳି ପୃଥିବୀର କୌଣସି ବି ରାଷ୍ଟ୍ରରେ ହିନ୍ଦୁ ସମାଜ ପୀଡ଼ିତ ହେଲେ ମିଳିତ ଜାତିସଂଘରେ ସ୍ୱର ଉତ୍ତୋଳନ କରିବାକୁ କେହି ନାହାଁନ୍ତି । ସାରା ବିଶ୍ବରେ ହିନ୍ଦୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି । ଦେଶରେ ଜଣେ ପ୍ରଖର ହିନ୍ଦୁବାଦୀ ସରକାର ଥିଲେ ମଧ୍ୟ କେବଳ ମୁକ ଦର୍ଶକ ହୋଇ ରହିଯାଉଛନ୍ତି । ପୁନଶ୍ଚ ଭାରତ ଭୂମିରେ ସରକାରୀ ଅନୁଷ୍ଠାନ ମାନଙ୍କରେ ବହୁ ପ୍ରତିଷ୍ଠିତ ଦାୟିତ୍ଵସମ୍ପନ୍ନ ସ୍ଥାନରେ ଥାଇ ବି ଶୀର୍ଷସ୍ଥ କିଛି ଅଧିକାରୀ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେବା ସହ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଏଣୁ ସାମ୍ବିଧାନିକ ରୂପେ ହିନ୍ଦୁ ରାଷ୍ଟ୍ର ଘୋଷଣା ହିଁ ଏ ସମସ୍ୟାର ଏକମାତ୍ର ସମାଧାନ । ନିକଟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହିନ୍ଦୁ ଧର୍ମକୁ ତାତ୍ସଲ୍ୟ କରି ମନ୍ତବ୍ୟ ଦେଇଛନ୍ତି । ଏଭଳି ଦାୟିତ୍ବବାନ ସ୍ଥାନରୁ ରହି ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେବା କେବଳ ଦାୟିତ୍ୱହୀନତା ନୁହେଁ ବରଂ ଏକ ଅପରାଧ । ଅଥଚ ଏ ପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ପୂର୍ବରୁ ଭିନ୍ନ ଧର୍ମାବଲମ୍ବୀ ରାଜନେତା ସନାତନ ହିନ୍ଦୁ ଧର୍ମକୁ ଡେଙ୍ଗୁ, ମେଲେରିଆ ସହ ତୁଳନା କରି ଦଣ୍ଡିତ ହେବା ବଦଳରେ ତାଙ୍କ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦକୁ ଉନ୍ନୀତ ହୋଇଛନ୍ତି । ଏଣୁ ହିନ୍ଦୁ ଧର୍ମର ପ୍ରତିଷ୍ଠା ନିମନ୍ତେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାର ଯଥେଷ୍ଟ କାରଣ ରହିଛି ବୋଲି ସେ କହିଛନ୍ତି ।” କାର୍ଯ୍ୟକ୍ରମରେ ଯୋଗଦେଇ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀନବନ୍ଧୁ ଷଡ଼ଙ୍ଗୀ କହିଛନ୍ତି ଯେ, “ବିଶ୍ବରେ ଗୋଟିଏ ବି ଘୋଷିତ ହିନ୍ଦୁ ରାଷ୍ଟ୍ର ନ ଥିବାରୁ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ସବୁ କିଛି ବିପନ୍ନ ଅବସ୍ଥାରେ । ସାରା ପୃଥିବୀର ୯୩% ହିନ୍ଦୁ କେବଳ ଭାରତରେ ରୁହନ୍ତି । ତଥାପି ଏହା ଘୋଷିତ ହିନ୍ଦୁ ରାଷ୍ଟ୍ର ନ ଥିବାରୁ ଭାରତରେ ବି ହିନ୍ଦୁ ପୀଡ଼ିତ । କଶ୍ମୀର ଉପତ୍ୟକାର ହିନ୍ଦୁ ଆଜି ବି ବିସ୍ଥାପିତ ଜୀବନଯାପନ କରୁଛି । ପଶ୍ଚିମବଙ୍ଗ ଯାହା ଦିନେ ବଙ୍ଗ ଦେଶ ଭାବରେ ହିନ୍ଦୁ ସଂସ୍କୃତିର ପୃଷ୍ଠପୋଷକ ଥିଲା ତାହା ଆଜି ହିନ୍ଦୁଙ୍କ ପାଇଁ ଅପମାନର ଭୂମି ପାଲଟିଛି । ଦୁର୍ଗାପୂଜା ମଣ୍ଡପ ଉପରେ ନିକଟସ୍ଥ ମସଜିଦ ମଦ୍ରାସା କର୍ତ୍ତୃପକ୍ଷଙ୍କ ପକ୍ଷରୁ କଟକଣା ଜାରି କରାଯାଉଛି । ରୋହିଙ୍ଗ୍ୟା ବାଂଲାଦେଶୀଙ୍କ ପ୍ରଭାଵ ଅନେକ ସମୟରେ ପ୍ରଶାସନ ଉପରେ ଭାରି ପଡୁଛି । ଅବୈଧ ଗୋ-ଚାଲାଣକୁ ରୋକିବାରେ ସରକାର ବିଫଳ ହେଉଛନ୍ତି । ଲଭ୍ ଜେହାଦ୍, ଜମି ଜେହାଦ୍, ଖାଦ୍ୟ ଜେହାଦ୍ ଭଳି ଅନେକ ପ୍ରକାରର ଜେହାଦ୍ ହିନ୍ଦୁମାନଙ୍କ ଜୀବନ ଜୀବିକାକୁ ବିପନ୍ନ କରି ପକାଉଛି । ଏଭଳି ଅନେକ ସମସ୍ୟାର ଏକମାତ୍ର ସମାଧାନ ସୂତ୍ର ହେଉଛି ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ଏବଂ ଏହା ସମ୍ଭବ । ଏଣୁ ପ୍ରତ୍ୟେକ ସଚେତନ ନାଗରିକ ଅବଶ୍ୟ ଏହି ପ୍ରସଙ୍ଗରେ ଅନ୍ୟମାନଙ୍କୁ ସଚେତନ କରାଇବାର ପ୍ରୟାସ କରିବା ଆବଶ୍ୟକ” ବୋଲି ସେ କହିଛନ୍ତି । ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ପୂଜାର୍ଚ୍ଚନା ପାର୍ବଣ ଅବସରରେ ଭୁବନେଶ୍ଵରର ପୂଜା ମଣ୍ଡପରୁ “ନାରୀ ନୁହେଁ ନାରାୟଣୀ” ଶୀର୍ଷକରେ ନାରୀ ମାନଙ୍କ ପ୍ରତି ଏକ ସଚେତନ ବାର୍ତ୍ତା ଦିଆଯାଇଥିଲା। ଯେଉଁ ଦିନ ନାରୀ ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବ ସେଦିନ ସେ ଆଉ ଅବଳା ଦୁର୍ବଳା କି ଭୋଗ୍ୟା ହୋଇ ରହିବ ନାହିଁ। ଏଥିପାଇଁ ଆଜିର ନାରୀ ନିଜକୁ ସ୍ୱୟଂସିଦ୍ଧା ଓ ଆତ୍ମନିର୍ଭରଶୀଳା କରିବାକୁ ହେବ ବୋଲି ବାର୍ତ୍ତା ଦିଆଯାଇଥିଲା ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ମାଲବ୍ୟ, କୃତିବାସ ରଥ, ସୁବାଷ ମିଶ୍ର, ମାନସ ବୈରୀଶଲ୍ୟ, କିଷନ ଖଣ୍ଡେଲୱାଲ, ଦେବହୂତି ପଟ୍ଟନାୟକ, ବେଦମତୀ ପଟ୍ଟନାୟକ, ନମିତା ମାଧି, ସୁଶ୍ରୀ ଶର୍ମିତା, ମଧୁସ୍ମିତା ସେନାପତି, ଅନ୍ନପୂର୍ଣ୍ଣା ଚୁଳି, ଶୁଭଶ୍ରୀ ଦାଶ, ଡକ୍ଟର ସୌଦାମିନୀ ସାମନ୍ତରାୟ, ମହେଶ ପଣ୍ଡା, ସ୍ମିତା କାନୁନଗୋ, ଅମିତା ସିଂହ, ପ୍ରିୟରଞ୍ଜନ ରାଉତ, ସୁଶାନ୍ତ କୁମାର ମିଶ୍ର, କୃତ୍ତିବାସ ରଥ, ସୁବାସ ମିଶ୍ର, ବାସୁଦେବ ମାଲବିଷୋୟୀ, ମହେଶ ଚନ୍ଦ୍ର ପଣ୍ଡା, ଶୁକଦେବ ଖଟୁଆ, ଦେବୀଦତ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଡ. ସୁନୀତି ମୁଣ୍ଡ ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ,

ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ମୋ : 97783 11533

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!