ଓଡିଶା ଖବର

ଟ୍ରକ ସହିତ ବସ ଧକ୍କା ୧ ମୃତ ୨୦ ରୁ ଅଧିକ ଆହତ।

ପାପଡାହାଣ୍ଡି( AKN NEWS):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ -ଆଜି ସନ୍ଧ୍ୟା ୫ ଟା ସମୟରେ ପାପଡାହାଣ୍ଡି ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ଆମପାଣି ଘାଟି ଅନ୍ତର୍ଗତ ଖଡକା ଠାରେ ଭବାନୀପାଟଣା ରୁ ଜୟପୁର ଅଭିମୁଖେ ଆସୁଥିବା ଘରୋଇ ଏସବିଏମଏସ ନାମକ ବସ ( ଓଡ଼ି ୧୦ ଇ ୨୨୧୨ )ସହିତ ପାପଡାହାଣ୍ଡି ପଟରୁ ଭବାନୀପାଟଣା ପଟକୁ ଯାଉଥିବା ମାଲବାହି ଟ୍ରକ (ଡବ୍ଲୁବି ୧୫ ଇ ୧୦୦୬ ) ଖଡ଼କା ଘାଟି ବୁଲାଣି ରେ ସାମନା ରୁ ପରସ୍ପର ସହିତ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସ ରେ ଯାତ୍ରା କରୁଥିବା ୨୦ ରୁ ଅଧିକା ଯାତ୍ରୀ ଆହାତ ହୋଇଛନ୍ତି,ଖବର ଶୁଣି ଘଟଣା ସ୍ଥଳରେ ଆମପାଣି ଏବଂ ପାପଡାହାଣ୍ଡି ଅଗ୍ନିଶମ ବିଭାଗ କର୍ମଚାରି ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ରାଜପଥ ରେ ଯାନବାହାନ ଯାତାୟାତ ପାଇଁ ସୁ ବ୍ୟବସ୍ଥା କରୁଛନ୍ତି,ସମସ୍ତ ଆହାତ ମାନଙ୍କୁ ପ୍ରଥମେ ମୈଦଲପୁର ଡାକ୍ତରଖାନା କୁ ନିଆଯାଇଥିଲା କିନ୍ତୁ ଦୁଃଖର ବିଷୟ ସେଠାରେ କୌଣସି ଡାକ୍ତର ନ ଥିବାରୁ ଆହାତଙ୍କୁ ତୁରନ୍ତ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ କୁ ସ୍ଥାନାନ୍ତରିତ କରାଯାଇଛି l

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!