ଓଡିଶା ଖବର

ଆର ଏସ ଏସ ର ଶତବାର୍ଷିକ ଅବସରରେ ବିଜୟା ଦଶମୀ ଉତ୍ସବ।

କଳାହାଣ୍ଡି ଜିଲ୍ଲା(AKN NEWS):ଗୋଲାମୁଣ୍ଡା ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଆଜି ସଂଘ ଶତାବ୍ଦୀ ଉଦ୍ଦେଶ୍ୟରେ ବିଜୟା ଦଶମୀ ଉତ୍ସବ ସହିତ ଗୋଲାମୁଣ୍ଡା ନଗରରେ ପଥସଂଚଳନ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା ।ଏହି ପଥସଂଚଳନ କାର୍ଯ୍ୟକର୍ମରେ ୪୨ ଜଣ ସ୍ବୟଂ ସେବକ ପୂର୍ଣ୍ଣ ଗଣ ବେଶରେ ଦଣ୍ଡ ଧରି ଗୋଲାମୁଣ୍ଡା ନଗର ପରିକ୍ରମା କରିଥିଲେ ।ପରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡାଠାରେ ସମସ୍ତ ସ୍ଵୟଂ ସେବକ ଓ ସମ ବିଚାର ଧାରୀ ବ୍ୟକ୍ତିମାନଙ୍କୁ ନେଇ ବିଜୟା ଦଶମୀ ଉତ୍ସବ ଓ ଶସ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଗୋଲାମୁଣ୍ଡା ଖଣ୍ଡ ସଂଘ ଚାଳକ ଶ୍ରୀଯୁକ୍ତ ନବରତ୍ନ ରାଉତ ଏବଂ ମୁଖ୍ୟବକ୍ତା କଳାହାଣ୍ଡି ବିଭାଗ ପ୍ରଚାରକ ଶ୍ରୀମାନ ଆର ଚକ୍ରଧର ରାଓ ମଞ୍ଚାସିନ ହୋଇଥିଲେ ।ଖଣ୍ଡ କାର୍ଯ୍ୟବାହ ବୈକୁଣ୍ଠ ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ନିଜ ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠାଠାରୁ ୨୦୨୫ ମସିହା ବିଜୟା ଦଶମୀ ଯାଏଁ କିଭଳି ସଂଘର୍ଷ ପୁର୍ଣ୍ଣ ଯାତ୍ରା ଉପରେ ମତ ରଖିଥିଲେ । କିପରି ସଂଘର ପ୍ରାରମ୍ଭିକ ପ୍ରେରଣା ଥିଲା ? ହିନ୍ଦୁ ଅନୁଶାସନ ମାଧ୍ୟମରେ ଚରିତ୍ର ତାଲିମ ପ୍ରଦାନ କରି ଓ ହିନ୍ଦୁ ସମ୍ପ୍ରଦାୟକୁ ଏକାଠି କରି ଏକ ହିନ୍ଦୁ ରାଷ୍ଟ୍ରଗଠନ କରିବା । ଏହି ସଂଗଠନ ଭାରତୀୟ ସଂସ୍କୃତି ଏବଂ ନାଗରିକ ସମାଜର ମୂଲ୍ୟବୋଧକୁ ବଜାୟ ରଖିବାର ଆଦର୍ଶକୁ ପ୍ରୋତ୍ସାହିତ କରେ ଏବଂ ହିନ୍ଦୁ ସମ୍ପ୍ରଦାୟକୁ “ଶକ୍ତ” କରିବା ପାଇଁ ହିନ୍ଦୁତ୍ଵର ନୀତିକୁ ପ୍ରସାର କରେ । କାଳକ୍ରମେ ଆରଏସଏସ ଏକ ବିରାଟ ହିନ୍ଦୁ ଜାତୀୟତାବାଦୀ ସଂଗଠନରେ ପରିଣତ ହୋଇ ନିଜର ଆଦର୍ଶଗତ ବିଶ୍ୱାସ ବିସ୍ତାର କରିବା ପାଇଁ ଅନେକ ଅନୁବନ୍ଧିତ ସଂଗଠନ, ବିଦ୍ୟାଳୟ, ଦାତବ୍ୟ ଅନୁଷ୍ଠାନ ଏବଂ କ୍ଲବ ଆଦି ପ୍ରତିଷ୍ଠା କରିଥିଲା । ବ୍ରିଟିଶ ଶାସନ ସମୟରେ ଥରେ ଓ ସ୍ୱାଧୀନତା ପରେ ପରବର୍ତ୍ତୀ ଭାରତ ସରକାର ଦ୍ୱାରା ତିନିଥର ସଂଘକୁ ରୋକ୍ ଲଗା ଯାଇଥିଲା । ପ୍ରଥମେ ଆଦର୍ଶ ଗତ ମତଭେଦକୁ ନେଇ ୧୯୪୬ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପରେ, ଜରୁରୀକାଳୀନ ପରିସ୍ଥିତି ସମୟରେ (୧୯୭୫-୧୯୭୭); ଏବଂ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ପରେ ତୃତୀୟ ଥର ପାଇଁ ଆରଏସ ଏସକୁ ତତ୍ କାଳୀନ ଭାରତ ସରକାର ରୋକ୍ ଲଗାଇଥିଲେ ବୋଲି ମତ ପ୍ରକାଶ ପାଇଛି।ଏହି କାର୍ଯ୍ୟକ୍ରମରେ ସହ କାର୍ଯ୍ୟବାହ ହୃଦାନନ୍ଦ ସା, ବୌଦ୍ଧିକ ପ୍ରମୁଖ ପରିକ୍ଷିତ ଖର୍ସେଲ, ସଦଭାବନା ପ୍ରମୁଖ ସୁରେନ୍ଦ୍ର ସାହୁ,ପ୍ରଚାର ପ୍ରମୁଖ ବ୍ରହ୍ମା ପ୍ରସାଦ କାଣ୍ଡ,ସହ ପ୍ରଚାର ପ୍ରମୁଖ ହୁତେଶ ମଶ୍ରା, ସଂପର୍କ ପ୍ରମୁଖ ଅଜିତ ନାଏକ, ଶାରୀରିକ ପ୍ରମୁଖ ଦେବେନ୍ଦ୍ର ନାଏକ,ସହ ଶାରିରୀକ ପ୍ରମୁଖ ସୌମ୍ୟରଞ୍ଜନ ନାଏକ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପଧାନ,କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ, ସାଧାରଣ ସଂପାଦକ ଜୟନ୍ତ ସିଂ, ପ୍ରଦୀପ କୁମାର ପଣ୍ଡା, ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ପ୍ରସନ୍ନ ରାଉତ, ଗଣେଶ ରାଉତ, ନରେଶ ପ୍ରଧାନ ,ସମିର ସାହୁ , ଉମାକାନ୍ତ ବାଗଙ୍କ ସହିତ ଶତାଧିକ ସ୍ଵୟଂ ସେବକ ଉପସ୍ଥିତ ଥିଲେ ।

Dharamgarh upa khanda ru Shyam Sundar Agrawal AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!