ଓଡିଶା ଖବର

ଜିଲ୍ଲା ମିଡ଼ିଆ ସଂଯୋଜକ ଭାବେ ହିରଣ୍ୟ ହରିଜନ ମନୋନୀତ |

ନବରଙ୍ଗପୁର /ଝରିଗାଁ (AKN NEWS):ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ମିଡିଆ ସଂଯୋଜକ ଭାବେ ପୂର୍ବତନ ଛାତ୍ର ବିଜେଡ଼ି ଜିଲ୍ଲା ଉପସଭାପତି ହିରଣ୍ୟ ହରିଜନଙ୍କୁ ମନୋନୀତ କରାଯାଇଛି |ହିରଣ୍ୟ ହରିଜନ ଯେବେଠୁଁ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି, ସେବେଠୁ ଦଳକୁ ସୁଦୃଢ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି |ହିରଣ୍ୟଙ୍କ ଦଳ ପ୍ରତି ନିଷ୍ଠାପର ଭାବ ଦଳୀୟ କର୍ମୀ ଓ କର୍ମକର୍ତା ମାନଙ୍କୁ ବେସ ପ୍ରଭାବିତ କରିଛି |ଦଳ ପ୍ରଥମେ ହିରଣ୍ୟଙ୍କୁ ଜିଲ୍ଲା ସାଧାରଣ ପଦରେ ଅଳଙ୍କୃତ କରିବାର କିଛି ବର୍ଷ ମଧ୍ୟରେ ଜିଲ୍ଲା ଉପ ସଭାପତି ପଦରେ ଅଳଙ୍କୃତ କରିଥିଲା |ଉଭୟ ପଦରେ ରହି ସେ ତାଙ୍କର କର୍ତ୍ତବ୍ୟ ସୁଚାରୁ ରୂପେ ତୁଲେଇଥିଲେ |ସେ ଜଣେ ଦଳପ୍ରେମୀ ଓ ସୁସଂଘଠକ ହୋଇଥିବାରୁ ଦଳ ପୁଣିଥରେ ତାଙ୍କୁ ଜିଲ୍ଲା ମିଡ଼ିଆ ସଂଯୋଜକ ଦାୟିତ୍ୱ ପ୍ରଦାନ କରିଛି |ଏହି ପଦବୀ ପାଇବା ପରେ ବିଭିନ୍ନ ମହଳରୁ ହିରଣ୍ୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଆସୁଥିବା ବେଳେ ଏହି ପଦବୀ ପାଇବା ପରେ ହିରଣ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପୂର୍ବତନ ସାଂସଦ ରମେଶ ମାଝୀ, ପ୍ରଦୀପ ମାଝୀ ଓ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ କୃତଜ୍ଞତା ଜଣେଇଛନ୍ତି |

ନବରଙ୍ଗପୁରରୁଘାସିରାମ ହରିଜନ ଙ୍କ ରିପୋର୍ଟAKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!