ଦୀର୍ଘ ୩ ମାସ ଭିତରେ ଭୁସକିମାଲ ଗ୍ରାମକୁ ରାଜସ୍ବଗ୍ରାମ୍ୟ ମାନ୍ୟତା

ବଲାଙ୍ଗୀର ଜିଲ୍ଲା(AKN NEWS):ସଇଁତଲା ବ୍ଲକ କଁସର ପଞ୍ଚାୟତ ର ଭୁସକିମାଲ ଗାଁକୁ ନୂତନ ଗ୍ରାମ୍ୟ ମାନ୍ୟତା ଦେବାକୁ ଦାବି ହେଉଛି। ଏନେଇ ସଇଁତଲା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ପ୍ରକାଶ ଯେ, ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ହେଲା ଭୁସକିମାଲ ଗ୍ରାମ ରେ ପ୍ରାୟ ଏକ ହଜାର ରୁ ଅଧିକ ଜନସଂଖ୍ୟା ଥିବାବେଳେ ସରକାରଙ୍କ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଠାରୁ ହିତାଧିକାରୀ ବହୁ ଅସୁବିଧା ଭୋଗୁଛନ୍ତି l ପୁଣି ଗାଁ ଦୂରରେ ଥିବାରୁ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ। ତେବେ ଯଦିଓ ଭୁସକିମାଲ କୁ ନୂତନ ଗ୍ରାମ୍ୟ ମାନ୍ୟତା ଦିଆଯାଏ l ଏକ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଏଣୁ ତୁରନ୍ତ ଦାବିର ବିଚାର କରି ଭୁସକିମାଲ କୁ ଗ୍ରାମ୍ୟ ମାନ୍ୟତା ଦେବାକୁ ଉପରୋକ୍ତ ଗ୍ରାମର ଲୋକେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ତେବେ ଗତକାଲି ପ୍ରଶାସନ ଘୁନସର ଆର, ଆଇ, ଅଫିସ ପରିସରରେ ଉକ୍ତ ଭୁସକିମାଲ ଗ୍ରାମର ଶତାଧିକ ମହିଳା ପୁରୁଷ ମାନଙ୍କୁ ନୋଟିସ କରି ଏକତ୍ରିତ କରିଥିଲେ ଏବଂ ଉକ୍ତ ଗ୍ରାମକୁ ରାଜସ୍ବ ଗ୍ରାମ୍ୟ ମାନ୍ୟତା ଦେବାପାଇଁ ସରକାରୀ କ୍ଷେତ୍ର ରେ ଉପଯୁକ୍ତ ଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ଭୁସକିମାଲ ଗ୍ରାମକୁ ରାଜସ୍ବ ଗ୍ରାମ୍ୟ ମାନ୍ୟତା ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଏଥିରେ ମୁଖ୍ଲୋକ ଭୁସକମାଲ ଗାଁର ମକୁନ୍ଦ ସାହୁ କ୍ଷେତ୍ରବାସୀ ସାହୁ ଦମ୍ବରୁ ସାହୁ ଦୟା ସାହୁ ଡୋଲାମଣୀ ସାହୁ ହେମଶଙ୍କର ସାହୁ ଯଦୁମଣି ସାହୁ ଇସ୍ପର ସାହୁ ବିମଲ ସାହୁ ଲିଙ୍ଗ ସାହୁ ଫକୀର ଭୋଇ ତ୍ରିନାଥ ସାହୁ ମହେନ୍ଦ୍ର ସାହୁ ୱାଡ ମେମ୍ବର ତରୁଣ ସାହୁ ନାୟକ ସରପଞ୍ଚ ବିନୋତି ସାହୁ ଉକ୍ତ ଗ୍ରାମବାସୀ ପ୍ରତିଶୃତି ପାଇବା ପରେ ଆନନ୍ଦଉଲ୍ଲାସ ଦେଖିବାକୁ ମିଳିଥିଲା |
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


