ଓଡିଶା ଖବର

କାର୍ତ୍ତିକ ମାହାତ୍ମ୍ୟ 

(AKN NEWS):ବାବାଜୀ ଚରଣ ଦାସ ଶ୍ରୀକୃଷ୍ଣଙ୍କ ଠାରୁ ନିଜର ପୂର୍ବ କର୍ମ ଶୁଣି ସତ୍ୟଭାମା ମନେ ମନେ ବହୁତ ଖୁସି ହେଲେ।ସେ ସ୍ବାମୀଙ୍କ ପାଦତଳେ ପଡ଼ି ଦୁଇ ହାତ ଯୋଡି କହିଲେ,ହେ ନାଥ! ଅନୁଗ୍ରହ କରି କାର୍ତ୍ତିକ ବ୍ରତ କଥା କହନ୍ତୁ। ପୂର୍ବରୁ କିଭଳି ଏହା ପ୍ରକାଶିତ ହୋଇଥିଲା। ତୁମ୍ଭର ଏହା କାହିଁକି ପ୍ରିୟ। ତେଣୁ ଏହା ଶୁଣିବାକୁ ମୋର ପ୍ରବଳ ଇଚ୍ଛା।ହେ ପ୍ରଭୁ! ଅନୁଗ୍ରହ କରି ବୁଝାଇ କହନ୍ତୁ। ସତ୍ୟଭାମା ଙ୍କ କଥା ଶୁଣି ପ୍ରଭୁ ଶ୍ରୀକୃଷ୍ଣ କାର୍ତ୍ତିକ ମାହାତ୍ମ୍ୟ ବିଶେଷ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବରୁ ପୃଥୁ ନୃପତି ନାରଦଙ୍କ ପାଦ ପୂଜା କରି ଏ ପ୍ରଶ୍ନ ପଚାରିଥିଲେ। ତାହା ଏବେ କହୁଛି ଶୁଣ।କଳ୍ପ ଶେଷରେ ଯୁଗ ଆରମ୍ଭ ହୁଏ। ସିନ୍ଧୁ ପୁତ୍ର ଶଙ୍ଖାସୁର ଅସୁର ବୁଦ୍ଧିରେ ତିନି ଲୋକ ଜିଣିଲା। ବ୍ରହ୍ମାଦି ଦେବତା ଙ୍କର ସର୍ବ ସମ୍ପଦ ହରଣ କଲା। ନିଜ ବାହୁ ବଳରେ ବେଦ ପୁରାଣ ନେଇ ଗଲା। ଗୁପ୍ତରେ ସିନ୍ଧୁ ମଧ୍ୟରେ ରଖି ଦେବ,ଯକ୍ଷ,ନର ସମସ୍ତଙ୍କୁ ଘୋର ଦୁଃଖ ଦେଲା।ବେଦ ବିହୁନେ ମୁନି ଋଷି ମାନେ ହୋମ କଲେ ନାହିଁ। ଦେବତା ମାନେ ହବିଃ ପାଇଲେ ନାହିଁ। ସେମାନେ ଦୁଃଖରେ ରହିବାରୁ ସଂସାର ଭଲରେ ପାଳିଲେ ନାହିଁ।ଶସ୍ଯ ବିହୁନେ ଜୀବଜନ୍ତୁ ମାନେ କଷ୍ଟ ପାଇଲେ। ତାହା ଦେଖି ବ୍ରହ୍ମା ମନେ ମନେ ବହୁତ କଷ୍ଟ ପାଇଲେ।ସବୁ ଦେବତା, ମୁନି ମାନେ ମିଶି ବୈକୁଣ୍ଠକୁ ଗଲେ। ବିଷ୍ଣୁ ଙ୍କ ଯୋଗ ନିଦ୍ରା କାଳରେ ସମସ୍ତେ ବିଷ୍ଣୁ ଙ୍କର ଶ୍ରୀପଙ୍କଜ ତଳେ ପ୍ରାର୍ଥନା କଲେ। ବିଷ୍ଣୁ ଙ୍କ ପାଦତଳେ ଠିଆ ହୋଇ ବ୍ରହ୍ମା ସ୍ତୁତି କଲେ।ସେ କହିଲେ, ପ୍ରଭୁ ବ୍ରହ୍ମରାଶି!ଆପଣ ଭାବଗ୍ରାହୀ ହୋଇ ଥିବାରୁ ସମସ୍ତଙ୍କ ଅନ୍ତରର ବାର୍ତ୍ତା ଜାଣନ୍ତି। ତେଣୁ ସବୁକଥା ଆପଣଙ୍କୁ ଜଣା। ସମସ୍ତଙ୍କ ଶରଣ ରକ୍ଷଣ ଆପଣ ହୋଇ ଥିବାରୁ ଯେଉଁମାନେ ଆପଣଙ୍କର ଶରଣ ପଶନ୍ତି,ଆପଣ ତାଙ୍କୁ ସୁରକ୍ଷିତ କରି ରଖନ୍ତି। ଆପଣ ବିପଦ ବେଦନା ବିନାଶ କରୁଥିବାରୁ ଆପଣଙ୍କ ନାମ ବଜ୍ରସେହ୍ନା। ତେଣୁ ସବୁ ଲୋକପାଳ ମାନେ ଆପଣଙ୍କ ପାଦପଦ୍ମରେ ଶରଣ ନିଅନ୍ତି।ହେ ଭଗବାନ! ସାଗର ସୁତ ଶଙ୍ଖାସୁର ଯୋର୍ କରି ମୋ ଠାରୁ ବେଦ ହରଣ କରିନେଲା। ଦୁର୍ଗମ ଜଳ ମଧ୍ୟରେ ବେଦ ଲୁଚାଇ ରଖିଛି। ତେଣୁ ମୋର ବୁଦ୍ଧି ସରିଗଲା।ଆଉ କିଛି ଉପାୟ ନାହିଁ।ହେ ଭାବଗ୍ରାହୀ! ଆମ ଗୁହାରି ଶୁଣି ଶଙ୍ଖାସୁର ମାରି ବେଦ ଉଦ୍ଧାର କରି ଆଣନ୍ତୁ। ବ୍ରହ୍ମା ଏଭଳି ସ୍ତୁତି କରିବାରୁ ପ୍ରଭୁ ଚକ୍ରପାଣି ସବୁ କଥା ଜାଣିଲେ।ନିଦ୍ରାରୁ ଉଠି ନରହରି ପଦ୍ମ ଆସନରେ ବିଜେ କଲେ। ବ୍ରହ୍ମାଙ୍କ ମୁହଁକୁ ଚାହିଁ ଧିରେ ଧିରେ କହିଲେ,ହେ ଦେବ ଗଣ! ଶୁଣନ୍ତୁ। ଯେଉଁ କାରଣ ପାଇଁ ସମସ୍ତ ଦେବତା ମାନେ ଆସିଛନ୍ତି, ତାହା ଆମେ ବିଶେଷ ଭାବରେ ଜାଣିଲୁ। ଯେଉଁ ହରି ତୁମ ପାଇଁ ଶ୍ରୀହରି,ସେ ସାଗର ଅଂଶରେ ଅବତାର ଗ୍ରହଣ କରିବେ। ମୁଁ ସେହି ଶଙ୍ଖାସୁରର ପ୍ରାଣ ହରଣ କରିବି। ଏବେ ସମସ୍ତେ ଶୁଣ!ଆଜି ଠାରୁ ଦେବଗଣ ଯଜ୍ଞ ଆରମ୍ଭ କରି ପାରିବ। କାର୍ତ୍ତିକ ମାସରେ ପ୍ରାତଃ କାଳରେ ସ୍ନାନ କରି ତୁଳସୀ ସେବନ କରିବ। ନିରାମିଷ ଭୋଜନ କରିବ। ନିଶ୍ଚୟ ସେ ଶଙ୍ଖାସୁର ମରିବ।କାର୍ତ୍ତିକ ବ୍ରତରେ ହରି ତୋଷ ହୁଅନ୍ତି। ସେହି ବ୍ରତ ଫଳରେ ଧନ ମର୍ଯ୍ୟାଦାବନ୍ତ ହେବ ।

ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର।

ମୋ.ନଂ- 88954 84223

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!