ଓଡିଶା ଖବର

ଭୁଅଳଙ୍କରଣ କର୍ମଶାଳା ଓ ପ୍ରଦର୍ଶନୀ ସଂପନ୍ନ

ଭବାନୀପାଟଣା,(AKN NEWS):କଳା ଓ ସାହିତ୍ୟ ପ୍ରତି ସମର୍ପିତ ଅଖିଳ ଭାରତୀୟ ସଂଗଠନ ସଂସ୍କାର ଭାରତୀର ଉତ୍କଳ ପଶ୍ଚିମ ପ୍ରାନ୍ତ ତରଫରୁ ଭବାନୀପାଟଣା ଠାରେ ୬ ଓ ୭ ତାରିଖ ଦୁଇ ଦିନିଆ କର୍ମଶାଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ୫୦ ଜଣ ଶିକ୍ଷାର୍ଥୀ ଭୁଅଳଙ୍କରଣର ବିଭିନ୍ନ କୌଶଳ ସମ୍ବନ୍ଧରେ ଶିକ୍ଷା ପ୍ରାପ୍ତ କରିଥିଲେ । ଦ୍ୱିତୀୟ ଦିନ ସ୍ଥାନୀୟ ଜେଲ ଛକ ଠାରୁ କୋଷାଗାର ପର୍ଯ୍ୟନ୍ତ ଏକ ଚିତ୍ତାକର୍ଷକ ପଥ ପ୍ରାନ୍ତ ଭୁଅଳଙ୍କରଣ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରୋକ୍ତ କାର୍ଯ୍ୟଶାଳାରେ ସଂସ୍କାର ଭାରତୀର ଅଖିଳ ଭାରତୀୟ ରଙ୍ଗୋଲି ସଂଯୋଜକ ମାନନୀୟ ରଘୁନାଥ ଦେଶପାଣ୍ଡେ (ପୁନେ) ଓ ବିଶିଷ୍ଟ ଭୁଅଳଙ୍କରଣ କଳାକାର ଶ୍ରୀଯୁକ୍ତ ଉମେଶ ପାଞ୍ଚାଲ ( ମୁମ୍ବାଇ ) ଶିକ୍ଷାଦାନ ଓ ମାର୍ଗଦର୍ଶନ କରିଥିଲେ । ପଥ ପ୍ରାନ୍ତ ପ୍ରଦର୍ଶନୀର ଶୁଭ ଉଦଘାଟନ କଳାହାଣ୍ଡି ଜିଲ୍ଲାପାଳଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରିୟଙ୍କା ଭାଉ କରାଣ୍ଡେ ମୁଖ୍ୟ ଅତିଥି ରୂପେ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରି ଚିତ୍ରିତ ରଙ୍ଗୋଲିର ଭୂୟସୀ ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମଟି ପ୍ରାନ୍ତ ଭୁଅଳଙ୍କରଣ ସଂଯୋଜିକା ଶ୍ରୀମତୀ ସଂଯୁକ୍ତା ସା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ସ୍ଥଳେ ପ୍ରାନ୍ତ ପୂର୍ବତନ ଅଧକ୍ଷ ତଥା ବିଶିଷ୍ଠ କଳାକାର ପ୍ରଭାସ ଚନ୍ଦ୍ର ମିଶ୍ର, ପ୍ରାନ୍ତ ମହାମନ୍ତ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ସହ ମହାମନ୍ତ୍ରୀ ଦିଲ୍ଲୀପ କୁମାର ସା, ଜିଲ୍ଲା ଭୁଅଳଙ୍କରଣ ସଂଯୋଜିକା ଭାରତୀ ସାହୁ, ପ୍ରାନ୍ତ ସମ୍ପାଦକ ଜ୍ୟୋତିରାଣୀ ଦାସ, ନମିତା ମିଶ୍ର, ପ୍ରାନ୍ତ କୋଷାଧକ୍ଷ ସୁରେନ୍ଦ୍ର ପ୍ରସାଦ ନେଗୀ, ଜିଲ୍ଲା ସଭାପତି ଭାଗିରଥି ବେହେରା, ପ୍ରାନ୍ତ ଚିତ୍ର କଳା ସଂଯୋଜକ କ୍ଷୀରସିନ୍ଧୁ ଭୋଇ, ଜିଲ୍ଲା କୋଷାଧକ୍ଷ ଗୋପାଳ ଚନ୍ଦ୍ର ସାହୁ, ମାନସ ରଞ୍ଜନ ପଣ୍ଡା, ପ୍ରାନ୍ତ ମଞ୍ଚ କଳା ପ୍ରମୂଖ ସୌରଭ ମହାପାତ୍ର, ଜ୍ୟୋତିର୍ମୟ ହରପାଲ, ପ୍ରୀତି ପଟ୍ଟନାୟକ ଓ ଓମ୍ ପ୍ରକାଶ ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ ରୂପାୟନ ପାଇଁ ସାହାଯ୍ୟ ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!