ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କଲମପୁର ଖଣ୍ଡ ପକ୍ଷରୁ ପ୍ରାରମ୍ଭିକ ସଂଘ ଶିକ୍ଷା ବର୍ଗ ଅନୁଷ୍ଠିତ l

(AKN NEWS):ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କଲମପୁର ଖଣ୍ଡ ପକ୍ଷରୁ ପ୍ରାରମ୍ଭିକ ସଂଘ ଶିକ୍ଷା ବର୍ଗ ଅନୁଷ୍ଠିତ lଆଦର୍ଶ ଦିନଚର୍ଯ୍ୟା, ସେବା କାର୍ଯ୍ୟ, ବ୍ୟକ୍ତି ଜୀବନର ଲକ୍ଷ୍ୟ ଓ ଉତ୍ତମ ଗୁଣର ଅଧିକାରୀ ହେବା ସହିତ ଶାରୀରିକ, ବୋଦ୍ଧିକ ଓ ଆଧ୍ୟାତ୍ମିକ ଗୁଣସମ୍ପନ୍ନ ବ୍ୟକ୍ତି ସମୂହ ଦ୍ଵାରା ନିର୍ମାଣ ସହିତ ଶକ୍ତିଶାଳୀ, ସମରସ, ସ୍ଵାଭିମାନୀ ଓ ସମୃଦ୍ଧ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ଆହ୍ବାନ l
କଲମପୁର – ସଂଘ ସାଧନାର ଶତାବ୍ଦୀ ସମାରୋହ ଅବସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, କଲମପୁର ଖଣ୍ଡ ପକ୍ଷରୁ ପ୍ରାରମ୍ଭିକ ସଂଘ ଶିକ୍ଷା ବର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବିଜମରାଠାରେ ଅନୁଷ୍ଠିତ ହୋଇଯାଇଛି l ମନୋଜ କୁମାର ନୟକ ବର୍ଗ ପ୍ରମୁଖ, ଅଭିରାମ ପଣ୍ଡା ବର୍ଗ କର୍ଯ୍ୟବାହ, ସୁଜିତ କୁମାର ମୁଣ୍ଡ ମୁଖ୍ୟ ଶିକ୍ଷକ, ରବୀନ୍ଦ୍ର ନାଗ ବୌଦ୍ଧିକ ପ୍ରମୁଖ, ରଘୁନାଥ ଶବର ବ୍ୟବସ୍ଥା ପ୍ରମୁଖ, ରାକେଶ ଠାକୁର ସହ ବ୍ୟବସ୍ଥା ପ୍ରମୁଖ, ମିତ୍ର ଚରଣ ନାୟକ ଭୋଜନ ଓ ସ୍ବଚ୍ଛତା ପ୍ରମୁଖ, ଜନ୍ମେଜୟ ସାହୁ ପର୍ଯ୍ୟବେକ୍ଷକକଭାବରେ ଦାୟିତ୍ଵ ତୁଲାଇଥିଲେ l
୧୬ ଜଣ ଉଚ୍ଚ ବିଦ୍ୟାଳୟ ଛାତ୍ର, ୨ ଜଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର, ଜଣେ ଡିଗ୍ରୀ ଛାତ୍ର, ଜଣେ ଶିକ୍ଷକ, ଜଣେ କୃଷକ ଓ ଜଣେ ବ୍ୟବସାୟୀଙ୍କ ସମେତ ମୋଟ ୨୨ ଜଣ ଶିକ୍ଷାର୍ଥୀ, ୫ ଜଣ ଶିକ୍ଷକ, ୩ ଜଣ ପ୍ରବନ୍ଧକ ଯୋଗ ଦେଇ ବର୍ଗ ପରିଚାଳନାରେ ସହଯୋଗ କରିଥିଲେ lଆଦର୍ଶ ଦିନଚର୍ଯ୍ୟା ୫ ଟାରେ ଜାଗରଣ ଓ ରାତ୍ର ୧୦ ଟାରେ ଦୀପ ବିସର୍ଜନ ସମୟ ଅବଧି ମଧ୍ୟରେ ବର୍ଗରେ ଶାରୀରିକ – ଦଣ୍ଡ, ନ୍ୟୁଦ୍ଧ, ପଦ ବିନ୍ୟାସ, ଯୋଗଦାନ, ସୂର୍ଯ୍ୟ ନମସ୍କାର, ଗଣ ସମତା, ସଞ୍ଚଳନ, ଖେଳ, ଆଚାର ପଦ୍ଧତି, ବୌଦ୍ଧିକ – ଚର୍ଚ୍ଚା, ଗୀତ ଓ ପ୍ରାର୍ଥନା, ଭୋଜନ ମନ୍ତ୍ର, ସୁଭାଷିତ ଅଭ୍ୟାସ, ସେବା କାର୍ଯ୍ୟ – ଶ୍ରମ ସାଧନା, ଶୃଙ୍ଖଳା, ଦେଶ ପ୍ରେମ୍, ଅନୁଶାସନ, ବ୍ୟବସ୍ଥା ଓ ସ୍ବଚ୍ଛତାପ୍ରିୟତା ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା l
ବ୍ୟୁରୋ ରିପୋର୍ଟ AKN NEWS


