ଦଳ ବେହେରା ସାହିରେ ମା ଗଜ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଦଳ ବେହେରା ସାହିରେ ତା-୦୬-୧୦-୨୫ ରିଖ ସୋମବାର ଦିନ ଠାରୁ ମୁଖ୍ୟ ପୂଜକ ଶ୍ରୀ କମଳ ଚନ୍ଦ୍ର ଦେବତାଙ୍କ ପରାମର୍ଶ କ୍ରମେ ଆଜକୁ ତିନି ଦିନ ହେଲା ଗଜ ଲକ୍ଷ୍ମୀ ପୂଜା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସୋମବାର ଦିନ ପ୍ରାତଃ ସମୟରୁ ଗ୍ରାମ ପୁଷ୍କରିଣୀରୁ ଜଳ ପୂର୍ଣ୍ଣ କଳସ ଉଠାଇବା ପରେ ମୁଖ୍ୟ ପୂଜକ ଶ୍ରୀ କମଳ ଚନ୍ଦ୍ର ଦେବତା ଓ ସୁରେନ୍ଦ୍ର କୁମାର ମିଶ୍ର ଙ୍କ ଦ୍ଵାରା ଯଥା ବିଧି ପୂଜା ହୋଇଥିଲା ଏବଂ କର୍ତ୍ତା ଟିଟୁ ସାହୁ ଓ ସାଥୀ ମାନେ ଜଳ ପୂର୍ଣ୍ଣ କଳସ କୁ ଧରି ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପ ନିକଟରେ ଉପସ୍ଥିତ ହୋଇଥିଲେ । ପୂଜା ଉତ୍ସବ ଅବସରରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହବା ସହ ହରିବୋଲ ହୁଳହୁଳି ଓ ନାମ ସଙ୍କୀର୍ତ୍ତନ ନାଦରେ ଗ୍ରାମ ପ୍ରକମ୍ପିତ ହୋଇଥିଲା । ଉକ୍ତ ପୂଜା ଉତ୍ସବର ଆଜି ପୂର୍ଣ୍ଣାହୁତି ଦିବସ ଏହି ଅବସରରେ ପାଞ୍ଚଶହ ଲୋକଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଛି । କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଟିଟୁ ସାହୁ,ବୁଲୁ ବେହେରା, ପବିତ୍ର ଦଣ୍ଡସେଣା ,ପାଣ୍ଡବ ଦଣ୍ଡସେଣା, ବସନ୍ତ ଦଣ୍ଡସେଣା, ଲିପୁନ୍ ବିଶ୍ଵାଳ, ପ୍ରତାପ ପ୍ରଧାନ,ରଶ୍ମିରଞ୍ଜନ ନାୟକ ସରୋଜ ଦଣ୍ଡସେଣା ହାପି ପରିଡ଼ା,ରାଜେଶ ଗୌଡୁ, ଜଗା ପରିଡ଼ା ଭୋଳା ସାହୁ,ବିଶୁ ଦଳେଇ ଙ୍କ ସମେତ ଗ୍ରାମର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟକୁ ସୁଚାୁରୂପେ ସଂପାଦନ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


