ସ୍ବର୍ଗତ ସୁଦର୍ଶନ ଜେନାଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ ।

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ତିତିପ ଗ୍ରାମର ବରିଷ୍ଠ ଶିକ୍ଷକ ତଥା ଜଣେ ସଂସ୍କାର ସମ୍ପନ୍ନ ମଣିଷ ଭାବରେ ବେଶ୍ ପରିଚିତ ଥିଲେ ସ୍ବର୍ଗତ ସୁଦର୍ଶନ ଜେନା ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ତା -୧୫-୧୦-୨୫ ରିଖ ବୁଧବାର ଦିନ ପୁତ୍ର ଦେବରାଜ ଜେନାଙ୍କ ନେତୃତ୍ୱ ରେ ପାଳନ ହୋଇଥିଲା ଏହି ଅବସରରେ ଆମ ପୁସ୍ତକ ମେଳା କୃଷ୍ଣ ପ୍ରସାଦ ବ୍ଲକ ମାଲୁଦ ,ପୁରୀ ର ସମସ୍ତ କବି ଲେଖକ ଗାଳ୍ପିକ,ପ୍ରାବନ୍ଧିକ ମାନଙ୍କୁ ନେଇ ଏକ ସ୍ମୃତି ଚାରଣ ସଭା ବରିଷ୍ଠ ପ୍ରାକ୍ତନ ଶିକ୍ଷକ ତଥା ପାଲାକାର ସଦାନନ୍ଦ ଗୌଡଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ସର୍ବ ପ୍ରଥମେ ସ୍ବର୍ଗତ ଜେନାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ବାପା ବିଷୟରେ ସମସ୍ତ କବି ମାନେ କବିତା ପାଠ କରିଥିଲେ
ଉକ୍ତ ସଭାରେ ବିଜ୍ଞାନ ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଆତ୍ମାର ସଦଗତି କାମନାର୍ଥେ ନାମ ସଙ୍କୀର୍ତ୍ତନ,ପ୍ରଭୁଙ୍କ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ କବି ମାନଙ୍କ ମଧ୍ୟରେ ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ, ବିଦ୍ୟାଧର ପ୍ରଧାନ, କାଶୀନାଥ ଜେନା,ସନାତନ ତରେଇ, ଉଲାସ ଚନ୍ଦ୍ର ଜେନା, ପ୍ରଦୀପ କୁମାର ଦାସ, ଲଳିତ କୁମାର ସ୍ବାଇଁ, ପ୍ରଶାନ୍ତ କୁମାର ପଲେଇ,ବାବୁଲା ନାୟକ,ଯୁବକବି ମନୋଜ କୁମାର ବାରିକ,ରାଜ କିଶୋର ନାୟକ ପ୍ରେମଚାନ୍ଦ ପାତ୍ର,ନିର୍ମଳ ରଣସିଂହ ଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଓ ତିତିପ ଗ୍ରାମର ତଥା ଆଖପାଖ ଗ୍ରାମରୁ ଆସିଥିବା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ଜେନାଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ପରିଶେଷରେ ପୁତ୍ର ଦେବରାଜ ଜେନା ଅତିଥି ମାନଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


