ଓଡିଶା ଖବର

ରାଷ୍ଟ୍ରୀୟ ପୋଷଣ ମାସ ଓ ବିଶ୍ୱ ଖାଦ୍ୟ ଦିବସ ପାଳିତ 

ଧର୍ମଗଡ଼ ତା ୧୬/୧୦/୨୫(AKN NEWS): ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଜାତୀୟ ଖାଦ୍ୟ ଦିବସ ମହା ଆଡମ୍ବର ରେ ପାଳିତ ହେଇ ଯାଇଛି । ଏହି ସଭାରେ ସଭାପତିତ୍ଵ କରିଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରି ପଣ୍ଡା ବରିଷ୍ଠ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି ,ଶ୍ରୀ ସରୋଜ କୁମାର ମେହେର , ପଦ୍ମାଳୟା ଦଣ୍ଡାସେନା ,ସୁଜାତା ମହାନ୍ତି ,ଅର୍ଚ୍ଚନା ଗୁଚ୍ଛି,ଲୁସି ଗଉଡ , କୁମୁଦିନୀ ନାଏକ ,ସନ୍ଧ୍ୟା ବାରିକ , ଝରଣା ପଧାନ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ ଉତ୍ତମ ପୋଷଣ ହିଁ ଉତ୍ତମ ଜୀବନ।

ଉତ୍ତମ ଖାଦ୍ୟ ଗ୍ରହଣ ନ କରି ଆଜି କେତେ ପ୍ରକାର ରୋଗ ର ଶିକାର ହେବାକୁ ପଡୁଛି ।ତେଣୁ ସବୁବେଳେ ଉତ୍ତମ ଖାଦ୍ୟ ପ୍ରତି ଧ୍ୟାନ ଦେବା ବୋଲି ଅଧ୍ୟକ୍ଷା ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଶେଷରେ ଛାତ୍ରୀ ମାନେ ଘରୁ ତିଆରି କରି ଆଣିଥିବା ଖାଦ୍ୟ କୁ ସମସ୍ତେ ତଦାରଖ କରିଥିଲେ ।କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ଅଧ୍ୟାପକ ଜୟଦ୍ରଥ ସୁନା ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!