ଦ୍ୱତୀୟ ଦିନରେ ପହଞ୍ଚିଲା ଆଶା କର୍ମୀ ଙ୍କ ଅନଶନ,ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା ଠପ

ନବରଙ୍ଗପୁର(AKN NEWS):ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ର ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛନ୍ତି ଆଶା କର୍ମୀ ମାନେ ନବରଙ୍ଗପୁର ଜିଲ୍ଲା ତିନି ଦିନ ହେବ ଆଶା ମାନେ ବିଭିନ୍ନ ଦାବି ନେଇ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ରତ ସେପଟେ ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ଠପ ହୋଇ ଯାଇଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି l ଅନଶନ ଦ୍ୱତୀୟ ଦିନରେ ନନ୍ଦାହାଣ୍ଡି ବ୍ଲକ ର ଆଶା ମାନେ ଆସି ଧାରଣା ଦେଇଥିଲେ l ଆଠ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଛି l
ଏହିପରି ଦିନକୁ ଗୋଟିଏ ବ୍ଲକ ର ଆଶାକର୍ମୀ ମାନେ ଆସି ଧାରଣା ଦେଉଛନ୍ତି l ସକାଳ 10:00 ଘଣ୍ଟା ଠାରୁ 4:00 ପର୍ଯ୍ୟନ୍ତ ଆଜକୁ ଦୁଇ ଦିନ ହେବ ଏହି ଧାରଣା ଜାରି ରହିଛି l କାଲିକି ନବରଙ୍ଗପୁର ବ୍ଲକ ତା ୧୬ – ୧୦ – ୨୦୨୫ରିଖ, ଗୁରୁବାର ପାପଡାହାଣ୍ଡି ବ୍ଳକତା ୧୭ – ୧୦ – ୨୦୨୫ରିଖ, ଶୁକ୍ରବାର କୋଷାଗୁମୁଡା ବ୍ଲକତା ୧୮-୧୦ – ୨୦୨୫ରିଖ, ଶନିବାର ଡାବୁଗାଁ ବ୍ଲକତା ୧୯ -୧୦ – ୨୦୨୫ରିଖ ରବିବାର ଝରିଗାଁ ବ୍ଳକତା ୨୦-୧୦ – ୨୦୨୫ରିଖ ସମୋବାର ଉମରକୋଟ ବ୍ଲକତା ୨୧ -୧୦ – ୨୦୨୫ରିଖ ମଙ୍ଗଳବାର ଚନ୍ଦାହାଣ୍ଡି ବ୍ଲକତା ୨୨ -୧୦ – ୨୦୨୫ରିଖ ବୁଧବାର ରାଇଘର l ଆଜି ପର୍ଯ୍ୟନ୍ତ ଜିଲା ପ୍ରଶାସନ ତରଫରୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଡ଼ାକ୍ତର ସାଗରିକା ସ୍ବାଇଁଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ l ସେହି ଡ଼ାକ୍ତର ଙ୍କୁ ନିଲମ୍ବନ କରି ତୁରନ୍ତ ଗିରଫ କରାଯାଉ ନବରଙ୍ଗପୁର ଜିଲ୍ଲା ର ଆଶାକର୍ମୀମାନଙ୍କୁ ଡାକ୍ତର ଖାନାରେ ଦୁର୍ବ୍ଯବହାର କରାଯାଉଛି ତାହା ବନ୍ଦ କରାଯାଉ। ନବରଙ୍ଗପୁର ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀଙ୍କ ପାଇଁ ବିଶ୍ରାମ ଗୃହତିଆରି କରାଯାଉ। ନବରଙ୍ଗପୁର ଜିଲ୍ଲା ର ସମସ୍ତ ଆଶାକର୍ମୀଙ୍କ ପ୍ରାପ୍ୟ ୧ ତାରିଖରୁ ୧୦ ତାରିଖ ମଧ୍ୟ ରେ ଦିଆଯାଉ। ।
ଏହିପରି ଧାରଣା ଜାରି ରହିବ ବୋଲି ସଂଘ ସୂଚନା ଦେଇଛି l ଏଥିରେ ଭାରତୀୟ ମଜଦୁର ସଂଘ ଉପଦେଷ୍ଟା ପରମେଶ୍ୱର ବିଷୋୟୀ,ସଭାପତି ବାଙ୍କ ବିହାରୀ ବିଷୋୟୀ ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ,ସମ୍ପାଦିକା ଗୀତାଞ୍ଜଳି ହରିଜନ ତେନ୍ତୁଳୀଖୁଣ୍ଟି ବ୍ଲକ ସଭାନେତ୍ରୀ ବିଭାସିନୀ ହରିଜନ ସମ୍ପାଦିକା ମାନସୀ ହରିଜନ ପରିଚାଳନା କରିଥିଲେ ଲା ସମସ୍ତ ବ୍ଲକ ର ସଭାନେତ୍ରୀ ସମ୍ପାଦିକା ମାନେ ମଧ୍ୟ ଉପସ୍ଥିତ ଥିଲେ ଏଥିରେ ନନ୍ଦାହାଣ୍ଡି ବ୍ଲକ ର ପ୍ରାୟ 80 ଜଣ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


