ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଉପଲକ୍ଷେ କଳାହାଣ୍ଡି ମାନଚିତ୍ର ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା

ଭବାନୀପାଟଣା (AKN NEWS): ୦୧/୧୧/୨୦୨୫ ଭବାନୀପାଟଣା ସଦର ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାହାଣ୍ଡି ମାନଚିତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା | ମା ମାଟି ମାତୃଭୂମି ସ୍ୱର୍ଗ ଠାରୁ ବଡ ଓ ମାତୃଭୂମି ର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ଛାତ୍ରଛାତ୍ରୀ ଅଭିଭାବକ ଙ୍କୁ ଉଦବୋଧନ ଦେଇଥିଲେ | ଶତାଧିକ ଛାତ୍ରଛାତ୍ରୀ କଳାହାଣ୍ଡି ମାନଚିତ୍ର ଅଙ୍କନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ | ସଂମ୍ମାନିତ ଅତିଥି ରୂପେ ସମାଜସେବୀ ପ୍ରସନ୍ନ ପଟ୍ଟନାୟକ, ସୁମିତ ରାଉତ, ଯୋଗେଶ ନାଏକ, ଡଲି ରାଉତ ଉପସ୍ଥିତ ରହି ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିଲେ ଓ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ଶିକ୍ଷୟିତ୍ରୀ ଚଦ୍ରପ୍ରଭା ମିଶ୍ର, ସରିତା ବାଗେଲ, ବୃଷଭ ଦାସ, ଧନମନ୍ତ ବେମାଲ, ବିକାଶ ତାଣ୍ଡି ସହଯୋଗ କରିଥିବା ବେଳେ ଶିକ୍ଷକ ଆଶିଷ ତାଣ୍ଡି ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ |

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!