ଓଡିଶା ଖବର

ଗ୍ରୀଣ୍ଡୁଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗୋଲାମୁଣ୍ଡା,୨୩। ୧୦(AKN NEWS): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗ୍ରୀଣ୍ଡୁଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସି.ଆର.ସି.ସି ଗଜିନ୍ଦ୍ର ନାଏକ ଙ୍କ ଆବାହକ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନଝରୀ ଗ୍ରାମପଞ୍ଚାୟତ ର ସରପଞ୍ଚ ଜଗୁଜିବନ ଅଘ୍ରିଆ ,ସମ୍ମାନିତ ଅତିଥି ଭାବରେ ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା, ଯୁବ ସାମ୍ବାଦିକ ବ୍ରହ୍ମା ପ୍ରସାଦ କାଣ୍ଡ ଗ୍ରୀଣ୍ଡୋଲ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ମିଶ୍ର, ଉଦେଶୃଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବାସୁଦେବ ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚାସିନ ହୋଇଥିଲେ। ଡୁଡୁକେଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଦାଶ,ମାନଝରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିପିକା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ ।

ସୁରଭୀ କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବକ୍ତୃତା, ପ୍ରବନ୍ଧ, କୁଇଜ, ସଙ୍ଗୀତ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ ଆଦି ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ବୋଲି ସ୍ଥାନୀୟ ସି ଆର ସି ସି ଶ୍ରୀଯୁକ୍ତ ଗଜିନ୍ଦ୍ର ନାଏକ ପ୍ରକାଶ କରିଥିଲେ।

କ୍ଲଷ୍ଟର ର କେନ୍ଦ୍ର ବିଦ୍ୟାଳୟ ଗ୍ରୀଣ୍ଡୋଲ ଇନଚାର୍ଜ ଶିକ୍ଷକ ଶ୍ରୀଯୁକ୍ତ ଟଙ୍କଧର ନାଏକ ଖାଦ୍ୟ,ପାନୀୟ, ତଥା ଅନ୍ୟାନ୍ୟ କଥା ସୁଚାରୁରୂପେ ତୁଲାଇଥିଲେ। ସେହିପରି ସୁନୀଲ କୁମାର ମୁଣ୍ଡ, ଶ୍ୟାମସୁନ୍ଦର ମାଝୀ, ଶ୍ରୀ ବନ୍ତ ସାହୁ,ମାନସ ରଞ୍ଜନ ପଟେଲ, ଅରବିନ୍ଦ ପଟେଲ, ଚକ୍ରଧର ମାଝୀ, ଖଗେନ୍ଦ୍ର ପଧାନ, ଗୋପାଳ ବରିଆ, ବିଭୁତି ନାଏକ, ଭୁଜବଳ ଧରୁଆ,ଵିହାରିଲାଲ ନାଏକ,ହମିତ ବୋଡେକ,ଅଭୟ ଵୋଡେକ, ଭୁବନେଶ୍ୱର ଭୁଇ, ଉପେନ୍ଦ୍ର ନାଏକ, ଅଭିମନ୍ୟୁ ନାଏକ ,ରିଚେକ ଭାଟି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅକାଳ ପରିଶ୍ରମ ବଳରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା ହୋଇଥିଲା।

dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!