ଓଡିଶା ଖବର

ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ 

ଥୁଆମୂଲ୍ ରାମପୁର, (AKN NEWS): ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ବିଦ୍ୟାଳୟ ଛାତ୍ରୀଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳ ପ୍ରଦାନ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଲ୍ ରାମପୁର ବ୍ଲକ ସ୍ଥିତ ଆଦର୍ଶ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ନିରଜ କୁମାର ବତ୍ରା ଯୋଗଦେଇଥିବା ବେଳେ ଥୁଆମୂଲ୍ ରାମପୁର ଏସଆଇ ସୁଶାନ୍ତ ପଣ୍ଡା, ଯୋଗାଣ ନିରୀକ୍ଷକ ବିଭୁ ରଞ୍ଜନ ସାହୁ, ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରଣା, ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃତିବାସ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ତହସିଲଦାର ଶ୍ରୀ ଵତ୍ରା କହିଛନ୍ତି ଯେ, ସୁସ୍ଥ ଶରୀର, ସୁସ୍ଥ ମସ୍ତିସ୍କ ଶିକ୍ଷାର୍ଥୀ ଜୀବନର ମହତ୍ତ୍ୱପୂର୍ଣ୍ଣ ମୂଲ୍ୟବୋଧ। ସେହିପରି ଆବଶ୍ୟକ ସ୍ଥଳେ ନିଜର ସୁରକ୍ଷା କରିବା ସହ ଦୃର୍ବୁତ୍ତଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ଆତ୍ମରକ୍ଷା କୌଶଳ ଜରୁରୀ ଆଟେ। ଏହି ପରିପ୍ରେକ୍ଷୀରେ ଛାତ୍ରୀମାନେ ନିଜ ବିଦ୍ୟାଳୟରେ ପ୍ରଦାନ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ହାସଲ କରି ଅନ୍ୟକୁ ମଧ୍ୟ ଏହି ତାଲିମ ପ୍ରଦାନ କରିବାକୁ ଶ୍ରୀ ଵତ୍ରା କହିଛନ୍ତି। ଅନୁରୂପ ଭାବେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଗ୍ରହଣ ପାଇଁ ଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ଏହାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଶିକ୍ଷାର୍ଥୀଙ୍କୁ ଅବଗତ କରିଥିଲେ। ଏହି ତାଲିମ ଶିବିର ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ଥାନ ଅର୍ଥାତ୍ ଥୁଆମୂଲ୍ ରାମପୁର ଆଦର୍ଶ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେବ।

ଦୀର୍ଘ ଛଅଦିନ ଏଠାରେ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଶ୍ଵସ୍ଥ ବିଦ୍ୟାଳୟରେ ଏହି ଶିବିର ଆୟୋଜନ ହେବ। ଦୁଇଜଣ ତାଲିମପ୍ରାପ୍ତ ପ୍ରଶିକ୍ଷକ ରିତିକା ମହାତୋ ଓ ନୈନା ମୁଖୀ ନିୟୋଜିତ ହୋଇଥିବାବେଳେ ଆଗାମୀ ଦିନରେ ୨୪୦ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଉକ୍ତ କାର୍ଯ୍ୟକ୍ରମ ଉତ୍କଳ ଆଲୁମିନା ଖଣି ସିଏସଆର ଟିମ୍ ସଦସ୍ୟ ନିରୁପମା ବାରିକ ପରିଚାଳନା କରିଥିବାବେଳେ ସଞ୍ଜୀବ କୁମାର ସହଯୋଗ କରିଥିଲେ। ଅନ୍ୟପକ୍ଷେ ସ୍ଥାନୀୟ ଅଡ୍ରି ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଆଲୁମିନା ବାଫ୍ଲିମାଳି ଖଣି ସିଏସଆର୍ ଟିମ ତରଫରୁ ସାନିଟାରୀ ନାପକିନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅଡ୍ରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମାଧୁରୀ ସିଂ, ସ୍ଥାନୀୟ ସରପଞ୍ଚ ନନ୍ଦେଇ ମାଝୀ, ସ୍ବାସ୍ଥ୍ୟକର୍ମୀ ଯଜ୍ଞାସେନୀ ଶଗଡ଼ିଆ, ସିଏଚଓ ଚନ୍ଦ୍ରକାନ୍ତି ଶବର ଏବଂ ଆଶା କର୍ମୀ ମନିକା ନାଏକ ଓ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସହଯୋଗୀ ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ସାନିଟାରୀ ନାପକିନ ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଉତ୍କଳ ଆଲୁମିନା ଖଣି ସିଏସଆର ପକ୍ଷରୁ ଆୟୋଜିତ ହୋଇଥିବାବେଳେ ଟିମ୍ ସଦସ୍ୟ ଦେବୀ ପ୍ରିୟା ଓ ଦିଲୀପ ନାୟକ ଏହାକୁ ପରିଚାଳନା କରିଥିଲେ।

ଥୁଆମୂଳ ରାମପୁର ରୁ ରାମାକାନ୍ତ ନାଏକ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!