ଓଡିଶା ଖବର

ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ହେଲେ ନର୍ଲାରୋଡ ହାଇସ୍କୁଲର ପ୍ରଧାନ ଶିକ୍ଷକ

(AKN NEWS): ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାଇତ୍ୱଭାର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର। ଚଳିତ ମାସ ୩୦ ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ ଅବସର ଗ୍ରହଣ କରୁଛନ୍ତି। ଏଣୁ ଜଣେ ଦକ୍ଷ ଶିକ୍ଷକ ଭାବରେ ବିଦ୍ୟାଳୟରେ ସିନିୟର ଶିକ୍ଷକ ଥାଇ ମଧ୍ୟ ଉକ୍ତ ବିଦ୍ୟାଳୟର ଛାତ୍ର ହୋଇ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ପ୍ରଧାନ ଶିକ୍ଷକ ଦାଇତ୍ୱଭାର ଦେଇଛି ପରିଚାଳନା କମିଟି। ଏଠାରେ ପ୍ରକାଶ ଯୋଗ୍ୟ ଯେ ବିଜ୍ଞାନ ଶିକ୍ଷକ ଶ୍ରୀ କରଙ୍କ ପିତା ସ୍ୱର୍ଗତ ଗଙ୍ଗାଧର କର ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ଏହି ଜୟଦୁର୍ଗା ହାଇସ୍କୁଲ ଜିଲ୍ଲାରେ ଏକ ଉଚ୍ଚ କୋଟୀର ବିଦ୍ୟାଳୟ ଭାବରେ ପ୍ରତିଷ୍ଠା ଲାଭ କରିବାରେ ସ୍ୱର୍ଗତ ଶ୍ରୀ କରଙ୍କ ଅନେକ ଅବଦାନ ରହିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଜି ବି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ କରଙ୍କ ଅବଦାନ ଯୋଗୁଁ ଏହି ହାଇସ୍କୁଲଟି ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସୁନାମ ଧନ୍ୟ ହାଇସ୍କୁଲ ହୋଇପାରିଛି। ବର୍ତ୍ତମାନ ଦାଇତ୍ୱରେ ରହିଥିବା ପ୍ରଦାନ ଶିକ୍ଷକଙ୍କ କାର୍ଯ୍ୟକାଳ ଚଳିତ ମାସ ୩୦ ରେ ପୁରଣ ହୋଇଯାଉଥିବାରୁ ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ଭୋଇ, ସୁବାସ ଚନ୍ଦ୍ର ବରାଡ, ଚକ୍ରଧର ସା, ସନ୍ତୋଷ କୁମାର କର, କହ୍ନେଇ ଗଉଡ, ନାରାୟଣ ପଧାନ, ନୂତନ ଶିକ୍ଷୟତ୍ରୀ ସୁଶ୍ରୀ ରଣା ପ୍ରମୁଖଙ୍କ ଉପସ୍ଥିତିରେ ବିଜ୍ଞାନ ଶିକ୍ଷକ ଶ୍ରୀ କରଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ଦାଇତ୍ୱ ଅର୍ପଣ କରାଯାଇଥିବା ଜଣାପଡିଛି। ଏବଂ ଏହାର ବିବରଣୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଥିବା ସୂଚନା ମିଳିଛି।ଏହା ମୋର ନିଜର ବିଦ୍ୟାଳୟ। ଏଠାରେ ମୁଁ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟକରି ଅନେକ ପ୍ରତିଷ୍ଠା ଲାଭ କରିଛି। ଶିକ୍ଷକ ଜୀବନର ସର୍ବେଚ୍ଚ ସମ୍ମାନ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛି। ଏବେ ପରିଚାଳନା ସମିତି ମୋତେ ପ୍ରଧାନ ଶିକ୍ଷକ ଦାଇତ୍ୱ ଅର୍ପଣ କରିଛି। ମୋ ବିଦ୍ୟାଳୟ ପାଇଁ ମୁଁ ଅଧିକ କାମ କରିବାର ସୁଯୋଗ ପାଇବି। ମୁଁ ଏଥିରେ ବହୁତ ଅନନ୍ଦିତ ବୋଲି ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ଶ୍ରୀ କର।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!