ଓଡିଶା ଖବର

ନନ୍ଦଳା ଗ୍ରାମରେ ମାନସିଂହ ଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି ।

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାନସିଂହ ପାଠାଗାର ନନ୍ଦଳା ଙ୍କ ସହଯୋଗରେ ସାରସ୍ଵତ ସାଧକ ଡକ୍ଟର ମାୟାଧର ମାନସିଂହ ଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ୧୩ ନଭେମ୍ବର ୨୦୨୫ ଗୁରୁବାର ପାଳନ କରାଯାଇଛି ।ସର୍ବ ପ୍ରଥମେ ସମସ୍ତ ଅତିଥି ମାନଙ୍କ ଗହଣରେ ମାନସିଂହ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦଳେଇ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୁଦୂର ଆମେରିକାରୁ ଚନ୍ଦ୍ରା ମିଶ୍ର ଯୋଗ ଦେଇ ମାନସିଂହ ଙ୍କ ବିଷୟରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ବେହେରା, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଖିଳ କୁମାର ନାୟକ ,ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ ସାହିତ୍ୟିକ ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ନାରାୟଣ ପଣ୍ଡା ଯୋଗ ଦେଇ ମାନସିଂହ ଙ୍କ ଜୀବନୀ ଉପରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ ।

ତତ୍ ସହିତ ସମ୍ମାନୀୟ ବକ୍ତା ଭାବେ ଅଧ୍ୟାପିକା ଡକ୍ଟର ରଜନୀ ରଣସିଂହ ମାନସିଂହ ଙ୍କ ଉପରେ ସୁନ୍ଦର କଥା ରଖିଥିଲେ ଏଥି ସହିତ ପାରିକୁଦ ର ବରିଷ୍ଠ କବି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଵାରିକି ଙ୍କୁ ମାନସିଂହ ସମ୍ମାନ 2025 ଓ ପାରିକୁଦ କଳାକୃତି ପରିବାର ତରଫରୁ ଅତିବଡ଼ି ସମ୍ମାନ 2025 ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏବଂ ସ୍ଥାନୀୟ କବି ମାନଙ୍କୁ ନେଇ କବିତା ପାଠ କରାଯାଇଥିଲା ଉକ୍ତ କବି ମାନଙ୍କ ମଧ୍ୟରେ ରାଧାଶ୍ୟାମ ବିଶ୍ଵାଳ,ଶରତ ବାରିକି, ପ୍ରେମଚାନ୍ଦ ପାତ୍ର,ବିଦ୍ୟାଧର ପ୍ରଧାନ, କିଶୋର ଚନ୍ଦ୍ର ବିଶୋଇ, ବାବୁଲି ନାୟକ,କାଶୀନାଥ ଜେନା,ସନାତନ ତରେଇ, ସୁଶ୍ରୀ ରୂପାଲି ପଲେଇ,ମନୋଜ କୁମାର ବାରିକ, ବନ ବିହାରୀ ପଟ୍ଟନାୟକ,ଅଶୋକ କୁମାର ସାହୁଙ୍କ ସମେତ 30 ରୁ ଉର୍ଦ୍ଧ କବି ଓ କବୟିତ୍ରୀ ଯୋଗ ଦେଇ ମାନସିଂହ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବାରୁଣାଇଁ କ୍ଳବ୍ ର ମାନସିଂହ ପାଠାଗାର ନନ୍ଦଳା ଙ୍କ ମିଳିତ ସହଯୋଗରେ ସଭାପତି ଶ୍ରୀ ରାଜ କିଶୋର ନାୟକ,ସମ୍ପାଦକ ମୁକେଶ କୁମାର ନାୟକ ବରିଷ୍ଠ ସଦସ୍ୟ ଧ୍ରୁବ ଚାରଣ ପ୍ରଧାନ,କେଦାର ସାମନ୍ତ ସିଂହାର ,ସୁବାସ ଚନ୍ଦ୍ର ନାୟକ, ସହିତ ସମସ୍ତ ସଦସ୍ୟ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ମାନସିଂହ ଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ସୁଚାୁରୂପେ ସଂପାଦନ ହୋଇଥିଲା ।

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!