ଓଡିଶା ଖବର

ସୀତାରାମ ଆଶ୍ରମ ର ମୁଖ୍ୟ ପରିଚାଳକ ସୁସଂଗଠକ ବାଙ୍କନିଧି ସାହୁ ଏହାର ଆୟୋଜନ କରିଥିଲେ lକୃତୀ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

(AKN NEWS): ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ସୀତାରାମ ଆଶ୍ରମ ପରିସରରେ ମା, କାଳିଜାଈ ପାଲା ଗାୟକ ମଣ୍ଡଳ ତାର 35 ତମ ବାର୍ଷିକ ସମ୍ମିଳନୀ ପାଳନ କରିଛି ସଭାପତି ଶ୍ରୀଯୁକ୍ତ କେଦାର ନାଥ କର ଙ୍କ ସଭାପତିତ୍ୱ ରେ ଯୁବ ସମାଜ ସେବି ଅଭୟ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଅତିଥି ଭାବେ ପୁରୀ ଜିଲ୍ଲା ସଭାପତି ଗାୟକ ବ୍ୟାସ ଲଷ୍ମୀଧର ଦାଶ, ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର, ଗାୟକ ଅତିବଡ଼ି ମଙ୍ଗରାଜ ବିଶ୍ୱାଳ, ଅବସରପ୍ରାପ୍ତ pଶିକ୍ଷକ ବନବିହାରୀ ପଟ୍ଟନାୟକ, କାଶୀନାଥ ଜେନା, ଗଣେଶ କୁମାର ନାୟକ, ଅଧ୍ୟାପକ ପ୍ରଦୀପ ଜେନା, ବରିଷ୍ଠ ପାଲା ଗାୟକ ବିଜୟ ପଣ୍ଡା ଓ ଓଡ଼ିଶାର ଖ୍ୟାତି ସମ୍ପନ୍ନ ବାୟକ ସୁବାସ ଦାସ ସମାଜ ପାଇଁ ପାଲା କଳା ର ଅବଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ l ଗାୟକ ବାଣୀଭୂଷଣ ଗୋପାଳ କୃଷ୍ଣ ଜେନା ପରିଚୟ ପ୍ରଦାନ କରିଥିଲାବେଳେ ଗାୟକ ଧନେଶ୍ୱର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ,ସମ୍ପାଦକ ମୋହନ ଜେନା, ବରିଷ୍ଠ ସଦସ୍ୟ ଯୋଗେନ୍ଦ୍ର ଜେନା, ଗୋଲଖ ତରେଇ, ସୁଧାକର ପଲେଇ ସହଯୋଗ କରିଥିଲେ, ସନ୍ଧ୍ୟାରେ ମୃଦଙ୍ଗ ବାଦନ, ଦଶକାଠି ଓ ପାଲା ପରିବେଷଣ ଉପସ୍ଥିତ ଦର୍ଶକ ମାନଙ୍କ ଦ୍ୱାରା ବେଶ ଉପଭୋଗ୍ୟ ହୋଇଥିଲା

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!