ଓଡିଶା ଖବର

ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ବିଭାଗ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ ଶିବିର ଅନୁଷ୍ଠିତ

ପୁରୀ,(ଏକେଏନ୍ ନ୍ୟୁଜ୍ ): ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ବିଭାଗ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ପିପିଲି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ରାଉତ ସଭାପତିତ୍ୱ କରିବା ସଙ୍ଗେ ସଙ୍ଗେ ଉକ୍ତ ଶିବିରରୁ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ସରକାରଙ୍କର ବିଭିନ୍ନ ଆର୍ଥିକ ଯୋଜନା, ବୀମା ଯୋଜନା ଓ ତାର ସୁଫଳ ଉପରେ ଆଲୋକପାତ କରିଥିଲେ ।ପୁରୀ ତାଙ୍କ ବିଭାଗର ଅଧିକ୍ଷକ ଶ୍ରୀଯୁକ୍ତ ରତନ ଜେନା ତାଙ୍କର ବକ୍ତବ୍ୟରେ ଲୋକମାନେ କିପରି ସେମାନଙ୍କର କଷ୍ଟ ଉପାର୍ଜିତ ଧନକୁ କିପରି ଡାକଘରେ ଓ ବିଭିନ୍ନ ପ୍ରକାରର ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ ଗୁଡିକରେ ଜମା ରଖିବାକୁ ପରାମର୍ଶ ଦେଇଥିଲେ ।ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କର ସିନିଅର ମ୍ୟାନେଜର ପ୍ରୀତ୍ୟୁଷ କୁମାର ସ୍ୱାଇଁ ପୋଷ୍ଟାଲର ଡିଜିଟାଲ କାରବାର ଉପରେ ଗୁରୁତ୍ୱାରୋପ ଦେବା ସହିତ ପ୍ରତି ପଂଚାୟତରେ କିପରି ବ୍ୟାଙ୍କ ସେବା ପହଞ୍ଚାଯାଇପାରିବ ଓ ଲୋକମାନେ କିପରି ଠକାମୀ ରୁ ନିଜକୁ ନିବୃତ ରଖିପାରିବେ ସେ ବିଷୟରେ ସୂଚନା ଦେଇଥିଲେ ।ABDO ଶ୍ରୀମତୀ ଶୈଳବାଳା ତ୍ରିପାଠୀ ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ ମିଳୁଥିବା ସରକଙ୍କର ଦେୟମୁକ୍ତ କୁପନ ସମ୍ପର୍କରେ ଅବଗତ କରିଥିଲେ ।ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ବିଭୁତି ଭୂଷଣ ନାୟକ ସଭା ପରିଚାଳନା କରିଥିଲେ ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରାୟ 100 ଜଣ ଅଙ୍ଗନବାଡି କର୍ମୀ ଓ ସ୍ୱୟଂ ସହାୟକ ସଭ୍ୟା ଅଭିକର୍ନମାନେ ଉପଥିତ ଥିଲେ ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!