କେସିଙ୍ଗା ଠାରେ ଜଗନ୍ନାଥ ପଡ଼ା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୪୩ ତମ ଗଜଲକ୍ଷ୍ମୀ ପୂଜା

ଭବାନୀପାଟଣା,୩୧/୧୦(AKN NEWS):କଳାହାଣ୍ଡି
ଜିଲ୍ଲା କେସିଙ୍ଗା ଠାରେ ଜଗନ୍ନାଥ ପଡ଼ା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୪୩ ତମ ଗଜଲକ୍ଷ୍ମୀ ପୂଜା ଜଗନ୍ନାଥ ମନ୍ଦିର ପରିସରରେ ଏକ ଭକ୍ତି ମୟ ପରିବେଶ ସହିତ ମହା
ଆଡ଼ମ୍ବରରେ କଳସ ଯାତ୍ରା ସହିତ
ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇ
ଯାଇଛି।ପୂଜା ପାଇଁ କେସିଙ୍ଗା
ସହିତ ଆଖ ପାଖ ଅଞ୍ଚଳ ଉତ୍ସବ
ମୁଖର ହୋଇ ଉଠିଛି। ଶହ ଶହ
ସଂଖ୍ୟାରେ ମହିଳା ମାନେ
ସ୍ଥାନୀୟ ମା ଅସ୍ଵାଜୀ ମନ୍ଦିରରୁ
ପାଣି ଆଣି କଳସ ସ୍ଥାପନ କରିବା
ପରେ ପୂଜା ଆରମ୍ଭ ହୋଇ
ଥିଲା।୯ ଦିନ ଧରି ଚାଲିବାକୁ ଥିବା
ଏହି ଗଜଲକ୍ଷ୍ମୀ ପୂଜାର ମୂଖ୍ୟ
ଆକର୍ଷଣ ମୀନା ବଜାର ଓ ରାତିର
ସାଂସ୍କୃତିକ କାର୍ଯ୍ୟକ୍ରମ ବୋଲି
କମିଟି ପକ୍ଷରୁ କୁହାଯାଇଛି ଏବଂ
ପଶ୍ଚିମ ଓଡିଶାର ସୁନାମଧନ୍ୟ
ସମ୍ବଲପୁରୀ ଗାୟକ ରୁକୁ ସୁନାଙ୍କ
ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ମଧ୍ୟ
ଅନୁଷ୍ଠିତ ହେବ ବୋଲି ଗଜଲକ୍ଷ୍ମୀ
ପୂଜା କମିଟି ପକ୍ଷରୁ ପ୍ରକାଶ
ପାଇଛି।
ଆକର୍ଷଣୀୟ ମା ଙ୍କ ମୂର୍ତ୍ତି
ସାଙ୍ଗକୁ ତୋରଣ ଓ ଲାଇଟ୍
ସାଜସଜ୍ଜା ବେଶ୍ ଆକର୍ଷଣୀୟ
ହୋଇଥବା ଦେଖାଯାଉଛି । ଚଳିତ
ବର୍ଷ କେସିଙ୍ଗା ଗଜଲକ୍ଷ୍ମୀ ପୂଜା
କମିଟିର ସଭାପତି ଭାବରେ ଶିଲୁ
ପରିଡ଼ାଙ୍କୁ ଦାୟିତ୍ୱ ଦିଆଯାଇ ଥିବା
ବେଳେ ସମ୍ପାଦକ ଭାବରେ
ସନ୍ତୋଷ କୁମାର ଦାସ ଓ ପ୍ରସନ୍ନ
ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି l
।କୋଷାଧ୍ୟକ୍ଷ ଭାବରେ ପ୍ରଦ୍ୟୁମ୍ନ
ରାଏ ଦାୟିତ୍ଵ ତୁଲା। ଉଛନ୍ତି।
ସେହିପରି ପ୍ରତି ବର୍ଷ ପରି ଚଳିତ
ବର୍ଷ ମଧ୍ଯ ନଳୀନ ପଟ୍ଟନାୟକ ଓ
ତାଙ୍କ ଧର୍ମପତ୍ନୀ କର୍ତା ଭାବରେ
ଦାୟିତ୍ୱ ବହନ କରିଥିବା ବେଳେ
ମୂଖ୍ୟ ପୂଜକ ଭାବରେ ଉମାକାନ୍ତ
ଦାସ ରହିଛନ୍ତି।


