ଜିଲ୍ଲା

 “ଜିଲ୍ଲା ସି.ଟି. ପ୍ରାଥମିକ ଶିକ୍ଷକ ର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ” ।

 “ଜିଲ୍ଲା ସି.ଟି. ପ୍ରାଥମିକ ଶିକ୍ଷକ ର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ” ।

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍) :  ସ୍ଥାନୀୟ ଶକ୍ତି ନଗର ସ୍ଥିତ ମାଁ ମଙ୍ଗଳା ଜନକଲ୍ୟାଣ କେନ୍ଦ୍ର ପରିସରରେ କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ, କଳାହାଣ୍ଡି ର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମାଝୀ ବୈଠକ ର ଉଦେଶ୍ୟ ଜ୍ଞାପନ ପୂର୍ବକ ସଂମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ।ମୁଖ୍ୟଅତିଥି ଭାବରେ ଓଡିଶା ରାଜ୍ୟ ସିଟି ଫେଡେରେସନ୍‌ ର ସଭାପତି ତଥା ବିଶିଷ୍ଟ ଶିକ୍ଷକ ନେତା ପ୍ରଦୀପ କୁମାର ସାହୁ ବୈଠକ ରେ ଯୋଗଦାନ କରି ଶିକ୍ଷକ କଲ୍ୟାଣ ର ବିଭିନ୍ନ ଯୋଜନା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ । ବୈଠକ ରେ ଗତ ଗୁରୁଦିବସ – ୨୦୨୩ ର ସମୀକ୍ଷା କରିଯବା ସହିତ ଶିକ୍ଷକଙ୍କର ଅନେକ ଅସମାହିତ ସମସ୍ୟା ପ୍ରତି ଆଲୋକପାତ କରାଯାଇଥିଲା ଯଥା ନୂତନ ପେନସନ ବଦଳରେ ପୁରୁଣା ପେନସନ ଲାଗୁ, କେନ୍ଦ୍ରୀୟ ହାରରେ ଦରମା, ମୂଳ ନିଯୁକ୍ତି ରୁ ୨୮୦୦ ଗ୍ରେଡ଼ପେ ସହିତ ପୂର୍ବପରି ପ୍ରାଥମିକ ଶିକ୍ଷକ ଙ୍କୁ ୪୨୦୦ ଓ ୪୬୦୦ ଗ୍ରେଡ଼ ପେ ପ୍ରଦାନ, ପ୍ରାଥମିକ- ଉଚ୍ଚପ୍ରାଥମିକ ବିଦ୍ଯାଳୟ ରୁ ଚୁକ୍ତି ଭିର୍ତ୍ତୀକ ନିଯୁକ୍ତି ପ୍ରଥା ଉଛେଦ କରାଯାଇ ପୂର୍ବ ର ଛଅଗୋଟି ଇନକ୍ରେମେଣ୍ଟ ପ୍ରଦାନ, ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡର ଭୁକ୍ତ , ଏଲିମେଣ୍ଟାରୀ କ୍ୟାଡର ରୁଲ ର ସଂଶୋଧନ , ୨୦୧୧ରୁ ୨୦୧୯ ମଧ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଶିକ୍ଷକ ଙ୍କ ପଦୋନ୍ନତି ପାଇଁ ଓଟିଇଟି କୋହଳ , ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ୫ଟି ବିଦ୍ୟାଳୟ ରେ ରୂପାନ୍ତରିତ କରଣ , ଏକ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟ ର ଦ୍ଵିତୀୟ ପଦବୀ ପୂରଣ ଏବଂ ଛାତ୍ର ଅନୁପାତ ରେ ଶିକ୍ଷକ ନିଯୁକ୍ତି ଇତ୍ୟାଦି |ଏହିସବୁ ସମସ୍ୟା ରାଜ୍ୟ ଫେଡେରେସନ ର ସଭାପତି ଶ୍ରୀ ସାହୁ ଙ୍କ ଦୃଷ୍ଟି ଆକର୍ଷଣ କରି ସବିଶେଷ ଆଲୋଚନା କରାଥିଲା ପ୍ରସ୍ତାବ ଗୃହିତ ହୋଇ ଥିଲା ।ଏହାପରେ ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ଅତି ରିକ୍ତ ଶିକ୍ଷା ଅଧିକାରୀ କାଳିନ୍ଦୀଚରଣ ପଟ୍ଟନାୟକ, ଜିଲ୍ଲା ଉପଦେଷ୍ଟା ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସତ୍ୟନାରାୟଣ ରାଜପୁତ, ମୁକୁନ୍ଦ ରେଡ଼ି , କରୁଣାକର ଚିନ୍ଦା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |କାର୍ଯ୍ୟକ୍ରମକୁ ବରିଷ୍ଟ ଶିକ୍ଷୟିତ୍ରୀ ତଥା ଜିଲ୍ଲା ସଂଯୋଜିକା ବଶୁମତୀ ସାହୁ, ସଂଯୋଜନା କରିଥିବା ସ୍ଥଳେ ଜିଲ୍ଲା ଉପସଭାପତି ପ୍ରଭାତ କୁମାର ସାହୁ, ଶିକ୍ଷକ ନେତା ଧନଞ୍ଜୟ ପାଣିଗ୍ରାହୀ, ଭୃକୁଟି ଗୌଡ଼,ଜଗତରାମ ଶବର, ମନୋଜ ମହାକୁଡ଼, ଶିବ ନାଏକ, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ସ୍ଥଳେ ଜିଲ୍ଲା ସଂଗଠନ ସଂପାଦକ ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!