ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ

ବରଗଡ, ୨୨/୧୧ (AKN NEWS): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ଏକତା ଦିବସ ଅବସରରେ ଆଜି ସ୍ଥାନୀୟ ଆର୍ବି, ହାଇସ୍କୁଲ ପଡିଆ ଠାରୁ ଭେରୁଆଛକ, ରାଜବାଟି ପଡିଆ, ଶାସ୍ତ୍ରୀ ଛକ, ଦୁର୍ଗା ମା’ ମନ୍ଦିର ପୁଣି ଭେରୁଆ ଛକ ଦେଇ ଆର୍ବି, ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଐତିହାସିକ ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ଼. ହଲଧର ନାଗ, ଉପ ଜିଲ୍ଲାପାଳ ସ୍ନେହା ଅରଗୁଲ ,ଉପଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର, ଦହିତା କଲେଜର ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ସମେତ ସମସ୍ତ ଉପସ୍ତରୀୟ ଅଧିକାରୀ କର୍ମଚାରୀ, ପୋଲିସ ବାହିନୀ, ଲାୟନ୍ସ କ୍ଲବ୍, ସହଯୋଗ ଅନୁଷ୍ଠାନ, ଛାତ୍ରଛାତ୍ରୀ ଏବଂ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଏକତା ପାଇଁ ପଦଯାତ୍ରା କରିବା ସହ ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ । ଜିଲ୍ଲା ପ୍ରଶାସନ ତଥା କ୍ରୀଡା ଓ ଯୁବସେବା ବିଭାଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମାଇ ଭାରତ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ସାଂସଦ ଶ୍ରୀ ପୁରୋହିତ ଆତ୍ମନିର୍ଭର ଭାରତ ଏବଂ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଜିଲ୍ଲାରସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ପଦ୍ମପୁରର ବିଶିଷ୍ଠ ବ୍ୟକ୍ତି ବିଶେଷ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତାହିର ହୁସେନ, ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ ଦେବତା ଏବଂ ସମସ୍ତ କମଚାରୀ ମିଳିତ ଭାବେ ଆୟୋଜନ କରିଥିଲେ ।
ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS


