ଓଡିଶା ଖବର

ବିଡିଓ ଲକ୍ଷ୍ମଣ ମାଝୀଙ୍କ ପ୍ରୟାସରେ ୭୦ ବର୍ଷ ପରେ ଆଧାର କାର୍ଡ ପାଇବେ ଭିନ୍ନକ୍ଷମ

ବରଗଡ, ୨୦/୧୧(AKN NEWS): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଛିନ୍ଦ୍ରାପାଲି ଗ୍ରାମର ସମାଜସେବୀ ଗୋବିନ୍ଦ ଡନସେନା ଗ୍ରାମର ଲିଙ୍ଗ ବରିହା ୭୫ ବର୍ଷୀୟ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ଗତକାଲି ବିଡିଓ ମହାଶୟଙ୍କ ପାଖକୁ ପହଞ୍ଚି ଆଧାର କାର୍ଡ ନ ଥିବାରୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ରହୁଥିବାର ଅଭିଯୋଗ କରିଥିଲେ । ତୁରନ୍ତ ବିଡିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ ତହସିଲଦାରଙ୍କ ସହିତ ଫୋନରେ କଥା ହୋଇ ଗୋଟିଏ ଦିନରେ ତାଙ୍କର ଜାତି,ସ୍ଥାୟିବାସିନ୍ଦା,ଆୟ ସାର୍ଟିଫିକେଟ ତିଆରି କରିବା ସହ ଜିଲ୍ଲା ସି.ଏଚ.ସି ମ୍ୟାନେଜର ବାଳମୁକୁନ୍ଦ ସାହୁଙ୍କୁ ଯୋଗାଯୋଗ କରିଥିଲେ । ବିଡିଓଙ୍କ ଅନୁରୋଧ କ୍ରମେ ହଟାତ ବରଗଡ଼ରୁ ଶ୍ରୀଯୁକ୍ତ ସାହୁ ଆଜି ଗାଇସିଲେଟ ପହଞ୍ଚି ଲିଙ୍ଗ ବରିହା ଙ୍କ ଆଧାର କାର୍ଡ ତିଆରି କରିଥିଲେ । ତେବେ ଆଖି ଦୁଇଟି ନଷ୍ଟ ହୋଇଯାଇଥିବାରୁ ଦୀର୍ଘ ବର୍ଷ ଧରି ଦଉଡ଼ି ଦଉଡ଼ି ନୟାନ୍ତ ହୋଇଯାଇଥିବା ଜଣେ ୭୫ ବର୍ଷୀୟ ଭିନ୍ନକ୍ଷମ ବୃଦ୍ଧ ବିଡିଓଙ୍କ ଏଭଳି କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିବା ବେଳେ ଆଧାର କାର୍ଡ ଆସିଲା ପରେ ୩୫୦୦ ଟଙ୍କା ଭତ୍ତା ସହ ଅନ୍ତୋର୍ଦ୍ୱୟ ଯୋଜନାରେ ଏକ ଗୃହ ଯୋଗାଇଦେବା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସୁଥିବା ଏହି ପ୍ରଶାସନ ଅଧିକାରୀ ସଦା ସର୍ବଦା ଅସହାୟ ଲୋକଙ୍କ ସେବା କରିବା କୁ ପ୍ରାଥମିକତା ଦେଉଥିବା ସହ ସରକାରଙ୍କ ପ୍ରତି ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥି ପାଇଁ ଗାଁ ଗାଁ ରେ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସଚେତନ ମଧ୍ୟ କରିଥାନ୍ତି । ବ୍ଲକରେ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଆସୁଥିବା ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡିଥିବା ବିଡିଓ ମହାଶୟ ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବା କଥା ହେଉ କିମ୍ବା ଅନ୍ତୋର୍ଦ୍ଵୟ ଗୃହ ଯୋଜନା,ବିଧବା,ଭିନ୍ନକ୍ଷମ,ବୟସ୍କ ବୃଦ୍ଧ ବୃଦ୍ଧା ଭତ୍ତା ଟଙ୍କା ପାଇଁ ନିଜେ ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ ଘର ଘର ବୁଲି ହିତାଧିକାରୀଙ୍କ ପାଖରେ ପହଞ୍ଚି ଥାନ୍ତି । ସଦାସର୍ବଦା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଏହି ଅଧିକାରୀ ଏବେ ଗାଇସିଲେଟ ଅଞ୍ଚଳରେ ଖୁବ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ।।

ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!