ଓଡିଶା ଖବର

ଗାଇସିଲେଟ ଗସ୍ତରେ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ଯୁଗ୍ମ ସଚିବ

ବରଗଡ, ୨୦/୧୧(AKN NEWS): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ରେ ପହଞ୍ଚିଥିଲେ ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ଯୁଗ୍ମ ସଚିବ ଶ୍ରୀଯୁକ୍ତ ଗାୟତ୍ରୀ ଦତ୍ତ ନାୟକ । ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ତାଙ୍କୁ ସ୍ଵାଗତ କରାଯାଇଥିଲା । ପରେ ସେ ବ୍ଲକ କାର୍ଯ୍ୟାଳୟ ରୁ ବାହାରି ସରଧାପାଲି ଗ୍ରାମପଞ୍ଚାୟତ କରିମୁଣ୍ଡା, କଟାବାହାଲ ଗ୍ରାମପଞ୍ଚାୟତ କୁଲିଆରୀ, ତାଲପାଲି ଗ୍ରାମପଞ୍ଚାୟତ ଖୁଣ୍ଟପାଲି ଗ୍ରାମରେ ପହଞ୍ଚି ୨୦୧୬ -୧୭ ରୁ ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇ ଗୃହ ନିର୍ମାଣ କରିନଥିବା ସମସ୍ତ ହିତାଧିକାରୀଙ୍କ ଘର ଘର ବୁଲି ତଦାରଖ କରିଥିଲେ । ଯେଉଁ ହିତାଧିକାରୀ ମାନେ କାମ ଆରମ୍ଭ କରିନାହାନ୍ତି ତାଙ୍କୁ ତାଗିଦ କରିବା ସହ ଯେଉଁ ମାନେ ଅଧାପନ୍ତରିଆ କାମ କରିଛନ୍ତି ତାଙ୍କୁ ଖୁବ ଶୀଘ୍ର କାମ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଭୀଷ୍ମ ମାଝୀ,ବି.ପି.ସି ଆର.ଏଚ ଅଭୟ ପଧାନ,ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାଶ ଚନ୍ଦ୍ର ମେହେର,ଏ.ପି.ଓ ମାନସ ପ୍ରଧାନ, ସରପଞ୍ଚ,ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ,ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ଗ୍ରାମରେ ବୁଲୁଥିବା ସମୟରେ ଶ୍ରୀଯୁକ୍ତ ନାୟକ ଯେଉଁ ବ୍ୟକ୍ତିମାନେ ଆବାସ ଯୋଜନା ପାଇ ନାହାନ୍ତି ଓ ସେମାନେ ଭଙ୍ଗା ଦଦରା ଘରେ ରହୁଛନ୍ତି ସେମାନଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ସୁଖ ବୁଝିବା ସହ ଯଥା ଶୀଘ୍ର ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ଏଥି ପ୍ରତି ଧ୍ୟାନ ଦେବା ପାଇଁ ନିର୍ଦ୍ଧେଶ ଦେଇଥିଲେ ।

ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ଗ୍ରାମପଞ୍ଚାୟତ ର ବିଭିନ୍ନ କାର୍ଯ୍ୟ ଓ ସମସ୍ୟା ବିଷୟରେ ଅନେକ ସମୟ ଆଲୋଚନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଗାଇସିଲେଟ ବ୍ଲକର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଖୁବ୍ ଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ ହବ ବୋଲି ଶ୍ରୀଯୁକ୍ତ ନାୟକ ପ୍ରତିଶ୍ରୁତି ଦେଇଥିଲେ ।। ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!