ଓଡିଶା ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ କରି ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିବା ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ

  1. କଳାହାଣ୍ଡି,(ଏକେଏନ୍ ନ୍ୟୁଜ୍): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ କରି ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିବା ସହ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରି ବସ୍ ଯୋଗେ ଗୁଡିଆଳିପଦର ପଞ୍ଚାୟତକୁ ଯିବା ସମୟରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ନେତୃତ୍ବରେ କିଛି ଭତ୍ତା ହିତାଧିକାରୀଙ୍କ ଉପସ୍ଥିତିରେ ସାମାଜିକ ସୁରକ୍ଷା ଭତ୍ତା ( ବୁଢା ବୁଢି, ବିଧବା, ଅବିବାହିତ ମହିଳା ଓ ଭିନ୍ନକ୍ଷମ )୨୫୦୦ରୁ ୩୦୦୦ଟଙ୍କା କରିବା ଦାବି ନେଇ ମୁଖ୍ୟ ରାସ୍ତାରେ ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ପୋଲିସ୍ ଅଟକାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଯେହେତୁ ଦାବି ନ୍ଯାଯ୍ଯ ଦେଖି କୌଣସି ସ୍ଲୋଗାନ ନ ଦେବାକୁ ଅନୁରୋଧ କରିଥିଲେ। ଏହି ପ୍ଲାକାର୍ଡ ସବୁ ବସ୍ ଭିତରୁ ମୁଖ୍ଯମନ୍ତ୍ରୀ ଦେଖିବା ସହ ଏମ.ପି., ବିଧାୟକମାନେ, ଅଫିସର୍, ପ୍ରଶାସନ, ନେତାଗଣ, ମିଡିଆ ବନ୍ଧୁ ଏବଂ କଳାହାଣ୍ଡିବାସୀ ଦେଖିଥିଲେ। ଯେଉଁମାନେ ବି ଦେଖିଥିଲେ ଏହି ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଯେହେତୁ ଅନ୍ୟ ରାଜ୍ଯମାନଙ୍କରେ ଭତ୍ତା ରାଶି ୨୦୦୦ରୁ ୫୦୦୦ଟଙ୍କା ଯାଏଁ ମିଳୁଛି ତେଣୁ ଏହି ନ୍ଯାଯ୍ଯ ଦାବିକୁ ସରକାର ନିହାତି ମାନିବା ଉଚିତ୍ ବୋଲି ନିଜ ସମର୍ଥନ ଜଣାଇଥିଲେ। ସଂଗଠନର ସଭାପତି ସୁରେଶ ସଂଗ୍ରାମ, ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା, ନାରୀ ନେତ୍ରୀ କବିତା ରାଉତ, ଭିନ୍ନକ୍ଷମ ଭତ୍ତା ହିତାଧିକାରୀ ନିରୋଦ ରାଉତ, ଅବିବାହିତ ମହିଳା ଯୋଗେଶ୍ୱରୀ ଧଙ୍ଗଡାମାଝୀ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ, ଅଜୟ ରାଉତ, ବିଧବା ହିତାଧିକାରୀ ଦମୟନ୍ତୀ ମାଝୀ, ବିଧବା ହିତାଧିକାରୀ ପାର୍ବତୀ ଗହୀର ସହିତ ବହୁତ ଭତ୍ତା ହିତାଧିକାରୀ ସାମିଲ ହୋଇଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!