ଅନନ୍ୟ

ଖଡିଆଳ ଗଜଲକ୍ଷ୍ମୀ ପୂଜା ଉଦଯାପନୀ, କର୍ତ୍ତା, ପାଳନ କମିଟି ଏବଂ ବରିଷ୍ଠ ସଦସ୍ୟ,ସଦସ୍ୟା ମାନେ ଯୋଗ ଦେଇ ପୁଷ୍ପାଞ୍ଜଳୀ କଲେ

ନୂଆପଡା :୦୧.୧୧. ନୂଆପଡା ଜିଲ୍ଲା ଖଡିଆଳ ଠାରେ ୧୯୮୪ ମସିହା ରୁ ଦୀର୍ଘ ୩୯ ବର୍ଷ ପୂର୍ବେ ଲକ୍ଷ୍ମୀ ଛକ ଠାରେ ଗଜଲକ୍ଷ୍ମୀ ପୂଜା କରିବା ନେଇ ଭିତ୍ତି ପ୍ରସ୍ତର କରାଯାଇଥିଲା। ସେହି ଦିନ ଠାରୁ ଅନବରତ ଭାବରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଆସୁଅଛି । ଆଜି ଏହି ଗଜ ଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଅଛି। ଉଦଯାପନୀ ଉତ୍ସବରେ କର୍ତ୍ତା ରାମେଶ୍ବର ଅଗ୍ରୱାଲ ଏବଂ ତାଙ୍କ ଧର୍ମ ପତ୍ନୀ ଉପସ୍ଥିତ ଥିବା ବେଳେ ଗଜଲକ୍ଷ୍ମୀ ପୁଜା କମିଟି ସଭାପତି ଖଡିଆଳ ବିଧାୟକ ଆଧିରାଜ ପାଣିଗ୍ରାହୀ, ଉପ ସଭାପତି ଆଶିଷ ପଣ୍ଡା ସମ୍ପାଦକ ଦେବଦତ୍ତ ଯୋଶୀ, କୋଷାଧ୍ୟକ୍ଷ ଆହ୍ବାନ ଯୋଶୀ, ସଂଯୋଜକ ସୁନିଲ କୁମାର ନାଗ ସହ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ। ମିଳିତ ରୂପେ ମାଁ ଗଜ ଲକ୍ଷ୍ମୀ ଙ୍କୁ ପୁଷ୍ପାଞ୍ଜଳୀ ଦେଇଥିଲେ ମାଁ ଙ୍କ ପୂଜା ଶେଷ ପରେ ମେଢ଼ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ପାଳନ କମିଟି ପକ୍ଷରୁ ପ୍ରକାଶ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!