ଅନନ୍ୟ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ପାଳିତ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳିତ

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍ )ତା ୨.୧୧.୨୦୨୩ :ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳିତ ହୋଇଯାଇଛି।ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆନନ୍ଦ ବର୍ଦ୍ଧନ ଗୁରୁ,ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ମୁଖ୍ୟବକ୍ତା ଶ୍ରୀ ବିଦ୍ୟା ସାଗର ମୁଣ୍ଡ( ଇଂରାଜୀ ଅଧ୍ୟାପକ) ପ୍ରଗତି ମହାବିଦ୍ୟାଳୟ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଡି ଏସ୍ ପି ଭିଜିଲାନ୍ସ ଶ୍ରୀ ପ୍ରଦିପ କୁମାର ଆଇନ୍ଦ ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବାରେ ବିଭାଗର ବିଭିନ୍ନ ପଦକ୍ଷେପ ଓ ସଚେତନତା ସୃଷ୍ଟି କରିବା ଉପରେ ବିଭିନ୍ନ ପଦକ୍ଷେପ ଉପରେ ବିବରଣୀ ପ୍ରଦାନ କରିଥିଲେ । ସଭାର ଅଧ୍ୟକ୍ଷ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତେ ଦୁର୍ନୀତି ର ମୂଳୋତ୍ପାଟନ ନିମନ୍ତେ ଶପଥ ପାଠ କରିଥିଲେ । ସଭାରେ ସମସ୍ତ କର୍ମଚାରୀମାନଙ୍କୁ ବୃତ୍ତିଗତ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା, ଆଇନ ଶାସନକୁ ଅନୁପାଳନ,ନିଜର ଦାୟିତ୍ୱ କୁ ସାଧୁତା ଓ ସ୍ୱଚ୍ଛତା ସହ ସମ୍ପାଦନା କରିବା, ଉତ୍କୋଚ ଗ୍ରହଣ ନ କରିବା,ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା। ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ଲାଞ୍ଚ ଦେଇ ଶୀଘ୍ର କାର୍ଯ୍ୟ କରିବାର ମାନସିକତାକୁ ପରିହାର କରିବା , ସରକାରଙ୍କ “ମୋ ସରକାର” ବ୍ୟବସ୍ଥା, ଦୁର୍ନୀତି ବିଭାଗର କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରି ସମସ୍ତେ ସ୍ୱଚ୍ଛତା ଓ ସାଧୁତା କୁ ଆୟୁଧ କଲେ ଦୁର୍ନୀତିମୁକ୍ତ ସମାଜ ଗଠନରେ ସହାୟକ ହୋଇପାରିବା ବୋଲି କହିଥିଲେ।
ଏହି ଅବସରରେ ସକାଳ ୧୦.୦୦ଘ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ୍ ଶକ୍ତି, ଅଙ୍ଗନବାଡି କର୍ମୀ,ନେହେରୁ ଯୁବ କେନ୍ଦ୍ରର ସଭ୍ୟ,ବିଭିନ୍ନ କଲେଜର ଛାତ୍ର ଛାତ୍ରୀ, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରଏନ୍ ସି ସି ଛାତ୍ର,ବିଭାଗୀୟ ଅଧିକାରୀଙ୍କ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଏହି ଶୋଭାଯାତ୍ରା ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲା ଏବଂ ମାଇକ ଦ୍ୱାରା ସ୍ଲୋଗାନ ଦିଆଯାଇଥିଲା।ସପ୍ତାହ ପାଳନ ଅବସରରେ ଗତ ୩୦.୧୦.୨୦୨୩ ରେ ଜିଲ୍ଲାର ସମସ୍ତ ବ୍ଲକ୍,ତହସିଲ,ଜିଲ୍ଲା କାର୍ଯ୍ୟାଳୟ ମାନଙ୍କ ରେ କର୍ମଚାରୀମାନେ ଶପଥ ପାଠ କରିଥିଲେ।ଗତ ୩୧.୧୦.୨୦୨୩ ରିଖ ରେ କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା,ପ୍ରବନ୍ଧ, କାର୍ଟୁନ୍/ କ୍ୟାପସନ୍ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ପୁରସ୍କୃତ କରିଥିଲେ। କଲେଜ ସ୍ତର ଓ ହାଇସ୍କୁଲ ସ୍ତର ବକ୍ତୃତା ରେ ପ୍ରଥମ ହୋଇଥିବା କାନନ କିରଣ ଯୋଶୀ ଏବଂ ପ୍ରତ୍ୟାଶା ବହିଦାର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା ସଭାକୁ ପରିଚାଳନା କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ଡବ୍ଲୁ ଓ, ଡି ଏସ୍ ଡବ୍ଲୁ ଓ,ଯୁବ ସଂଯୋଜକ,ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ , ଡି ସି ପି ଓ, ଡି ପି ସି, ମିଶନଶକ୍ତି ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି,ଭିଜିଲାନ୍ସ ବିଭାଗ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!