ମଣିଷ ମରେନା ମଶାଣୀ ଭୂଇଁ ରେ ଜଳିଲେ ଜୀବନ ଯୁଇ

AKN NEWS-ମଣିଷ ମରେନା ମଶାଣୀ ଭୂଇଁ ରେ ଜଳିଲେ ଜୀବନ ଯୁଇ, ମରେ ସେହିଦିନ ସ୍ମୃତିରୁ ଯେ ଦିନ ଲିଭେ ଚିରଦିନ ପାଇଁ, ଅଭୁଲା ଅପାଶୋରା ସ୍ନେହ ବତ୍ସଳ ମଣିଷ ପରି ମଣିଷ ଟିଏ ଥିଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ଗ୍ରାମର ଗଣେଶ ଚନ୍ଦ୍ର ମଲ୍ଲିକ, ସେ ଥିଲେ ଜଣେ ଜଣେ ସଫଳ କୃଷକ ପରୋପକାରୀ ସ୍ନେହ ବତ୍ସଳ ର ମଣିଷ l ଜୀବନ ହେଉଛି ମୃତ୍ୟୁ ଠାରୁ ଧାର୍ ଆଣିଥିବା କିଛି ସମୟ ଅବଧି ଶେଷ ହୋଇଗଲେ ଜୀବନ ବାହୁଡ଼ି ଯାଏ ସତ କିଛି ଅଭୁଲା ଅତୀତ ସ୍ମୃତି ହୋଇ ରହିଯାଏ, ଆଜି ସେହି ବ୍ୟକ୍ତିତ୍ୱର ଗୁଣ ଗାନ କରୁଛନ୍ତି ଭାଈ ବଂଧୁ ସଖା ସହୋଦର ଆତ୍ମୀୟ ସ୍ୱଜନ, ନିୟତି ର ନିର୍ଦ୍ଦେଶ କୁ କେବେ ଏଡାଇ ଦେଇ ହୁଏନା,ଏକାଦଶାହ ଅବସରରେ ବିପୁଳ ଜନତା ଙ୍କ ସମାଗମ ବାରୀ ହୋଇ ପଡ଼ୁଥିଲା ଗଣେଶଙ୍କୁ ଭଲ ପାଇବାର ପ୍ରତିଛବି,ତମେ ଯେତେବେଳେ କାନ୍ଦି କାନ୍ଦି ଆସିଥିଲ ଆମେ ହସୁଥିଲୁ ଆଉ ଆଜି ସମସ୍ତଙ୍କୁ କନ୍ଦାଇ ଦେଇ ହସିହସି ଚାଲିଗଲ , ଦୁଃଖରେ ମ୍ରିୟମାଣ ହୋଇ ପଡିଥିବା ଭାଇ ସଞ୍ଜୟ କହନ୍ତି ତମେ ଯେଉଁଠି ଥାଅ ଯେପରି ଥାଅ ଶାନ୍ତିରେ ଥାଅ, ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା ତମ ଅମର ଆତ୍ମା ଶାନ୍ତି ରେ ରହୁ l