
ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦୁର୍ନୀତି ସଚେତନତା ସପ୍ତାହ ପାଳନ
ନବରଙ୍ଗପୁର,(AKN NEWS): ଆଜି ନବରଙ୍ଗପୁର ଜିଲ୍ଲାରେ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ର ଆଦେଶ କ୍ରମେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ଜିଲ୍ଲା ତରଫରୁ ନୂତନ ଜିଲ୍ଲା କୋର୍ଟ ପରିସର ଠାରେ ଦୁର୍ନୀତି ସଚେତନତା ସପ୍ତାହ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ନୂତନ ଜିଲ୍ଲା କୋର୍ଟ ପରିସରରେ “ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ରପ୍ରତି ସମର୍ପିତ ରହିବା” ବିଷୟକୁ ନେଇ ଏକ ଶପଥପାଠ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମ୍ମାନୀୟ ଅତିରିକ୍ତ ଜିଲ୍ଲା ଜର୍ଜ (POCSO Act) ଶ୍ରୀମତୀ ପ୍ରଣତୀ ସାହା ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଭାରପ୍ରାପ୍ତ ସଚିବ ତଥା ରେଜିସ୍ଟ୍ରାର ଜିଲ୍ଲା କୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ (ମହିଳା କୋର୍ଟ) ଶ୍ରୀମତୀ ସୁଦୀପା ପାତ୍ର ଓ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ଓ ଶପଥପାଠ କରିଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଭରପ୍ରାପ୍ତ ସଚିବ ତଥା ରେଜିସ୍ଟ୍ରାର ଜିଲ୍ଲା କୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଚାର ବିଭାଗିୟ ଅଧିକାରୀ ଓ ଜିଲ୍ଲା କୋର୍ଟର କର୍ମଚାରୀମାନେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।
ନବରଙ୍ଗପୁର ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ୍ AKN NEWS