ଜିଲ୍ଲା
Trending

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

 ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ
ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମଣ୍ଡି ରୁ ଧାନ ସଂଗ୍ରହ ଆରମ୍ଭ।
ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍ )ତା.୦୪.୧୧.୨୦୨୩: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା । ବୈଠକରେ ନର୍ଲା ବିଧାୟକ ଶ୍ରୀ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ ,ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ , ବି ସି ସି ବି ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା,ଲୋକସଭା ସାଂସଦ, କଳାହାଣ୍ଡି,ଭବାନୀପାଟଣା, ଧର୍ମଗଡ ଓ ଜୁନାଗଡ ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ । ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ଉପରେ ମତ ଦେଇଥିଲେ । ନର୍ଲା ବିଧାୟକ ଭୁପିନ୍ଦର ସିଂହ ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ମିଲର ମାନେ ନିଜର କର୍ମଚାରୀ ନ ପଠାଇ ଦଲାଲ ମାଧ୍ୟମରେ ଧାନ ଉଠାଉ ଥିବାରୁ ଚାଷୀମାନେ କଟଣି ଛଟଣୀର ଶିକାର ହେଉଛନ୍ତି ପ୍ରକାଶ କରି ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ । ସଭାରେ ଗନି ବ୍ୟାଗ୍ ର ଅସୁବିଧା, ମଣ୍ଡି ରେ ବିଜୁଳି, ଭିତ୍ତିଭୂମି , ଆଶ୍ରୟ ସ୍ଥଳ , ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା ହୋଇଥିଲା । ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ସର୍ବସମ୍ମତି ପ୍ରକାଶ ପାଇଲା । ସୁଚନା ଅନୁସାରେ କୋକସରା, ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକରେ ନଭେମ୍ବର ୨୯ ତାରିଖ, ଭବାନୀପାଟଣା,କେସିଙ୍ଗା, ଧର୍ମଗଡ଼, ଜୁନାଗଡ,ଗୋଲାମୁଣ୍ଡା, ଜୟପାଟଣା, କଲମପୁର ବ୍ଲକରେ ଡିସେମ୍ବର ୧ ତାରିଖ ଏବଂ GV
ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୧୮୩/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୨୦୩/- ଟଙ୍କା ରଖାଯାଇଛି । ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧,୧୨,୨୮୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ଖରିଫ ଋତୁରେ ୧୮୨୭୭୭ ହେକ୍ଟର ଧାନ ହୋଇଥିବା ଜମିରୁ ୭,୮୨,୯୫୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୩-୨୪ ରେ ଭବାନୀପାଟଣା ଓ ଧର୍ମଗଡ ସବ-ଡିଭିଜନ ରେ ୭୪ ଟି ପାକ୍ସ, ୨୧୩ ଟି ଧାନ ସଂଗ୍ରହ କେନ୍ଦ୍ର, ୩୨ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ । ସଭାରେ ବିଭାଗୀୟ ଅଧିକାରୀ, ଜିଲ୍ଲା ଚାଷୀ ପ୍ରତିନିଧ , ମିଲର ସଭାପତି,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ୍ କର୍ମକର୍ତ୍ତା
ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!