ଜିଲ୍ଲା

ମର୍ମାହତ ସଡ଼କ ଦୁର୍ଘଟଣା କାର ଧକାରେ ଯୁବକ ମୃତ୍ୟୁ

ମର୍ମାହତ ସଡ଼କ ଦୁର୍ଘଟଣା କାର ଧକାରେ ଯୁବକ ମୃତ୍ୟୁ ।
AKN NEWS:କାର ଧକ୍କାରେ ଯୁବକ ମୃତ୍ୟୁ। ଏହିପରି ମର୍ମାହତ ସଡ଼କ ଦୁର୍ଘଟଣା ଘଟିଛି ରାଞ୍ଚି ବିଜେବେଡ଼ା ତିନିଶହ ଛବିସ୍ ନମ୍ୱର୍ ଜାତୀୟ ରାଜପଥ ଚନ୍ଦ୍ରପଡ଼ା ଛକ ନିକଟରେ। ମୃତ୍ୟୁ ଯୁବକ ଜଣକ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଦଶମନ୍ତପୁର ଗ୍ରାମ ପଞ୍ଚାୟତ ସଦର ଗ୍ରାମର ରାଜେଶ୍ ଖିଲ ବୋଲି ଜଣା ପଡ଼ିଛି। ସୂଚନା ଅନୁଯାୟୀ ରାଜେଶ୍ OD10 S 4722 ଏକ ମଟର୍ ସାଇକେଲରେ ନିଜ ସମ୍ପର୍କୀୟ ବନ୍ଧୁଙ୍କୁ ଜୟପୁର ବ୍ଲକ୍ ପାତ୍ରପୁଟ୍ ଗ୍ରାମରେ ଛାଡ଼ି ଜୟପୁର ଆଡ଼ୁ ବୈପାରିଗୁଡ଼ା ଅଭିମୁଖେ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ OD 02 AX 8413 ଏକ କାର ଦୃତ ଗତିରେ ଆସି ବାଇକାକୁ ଧକ୍କା ଦେଇଥିଲା । ଧକ୍କା ହେବା ଫଳରେ ରାଜେଶ୍ ରାସ୍ତା କଡ଼ରେ ଛିଟିକି ପଡ଼ିଯାଇଥିବା ବେଳେ କାର୍ ଚାଳକ କଣ୍ଟ୍ରୋଲ କରିନପାରିବାରୁ କାର୍ ଜଙ୍ଗଳ ଭିତରକୁ ପସି ଯାଇଥିଲା। କାର ଡ୍ରାଇଭର ସୁରକ୍ଷିତ ରହିଥିବା ବେଳେ ବାଇକ୍ ଚାଳକଙ୍କ ଡ଼ାହାଣ ଗଡ଼ ଭାଙ୍ଗି ଯାଇଥିବା ସହ ସାଙ୍ଘାତିକ ଆଘାତ ମାଡ଼ ହୋଇଥିଲା। ଖବର ପାଇ ବୈପାରିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୈପାରିଗୁଡ଼ା ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତିକରିଥିଲେ। ତେବେ ବାଇକ୍ ଚାଳକର ସଂଘାତିକ ଗୁୁରୁତ୍ତ ଅବସ୍ଥା ଥିବାରୁ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଯୁବକଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ। ଏପଟେ ବୈପାରିଗୁଡ଼ା ପୋଲିସ୍ କାର ଜବତ୍ କରି ଡ୍ରାଇଭରକୁ ଅଟକ ରଖିବା ସହ ତଦନ୍ତ କରୁଥିବା ଜଣା ପଡ଼ିଛି। ତେବେ ରାଜେଶର ସ୍ତ୍ରୀ ଓ ଛଟ ଛଟ ଦୁଇ ପୁଅ ଝିଅ ଥିବାରୁ ତାଙ୍କର ଦେଖା ଶୁଣା କରିବା ନିମନ୍ତେ କ୍ଷତି ପୁରଣ ଦେବା ଦିଆଯାଉ ବୋଲି ସାଧାରଣରେ ଦାବି କରିଥିବା ଜଣା ପଡ଼ିଛି ।
*ସ୍ଥାନ :- କୋରାପୁଟ ବୈପାରିଗୁଡ଼ା*
*ବୈପାରିଗୁଡ଼ା ବିଜୟ ପାଙ୍ଗି ଙ୍କ ରିପୋର୍ଟ*

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!